Latest Odisha News

BREAKING NEWS

ଜୀବିତ ସୁମିତ୍ରା ମହାଜନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଶଶି

ଇନ୍ଦୋର: ଗତକାଲି ରାତି ପ୍ରାୟ ୧୧ଟା ବେଳକୁ ପୂର୍ବତନ ଲୋକସଭା ଅଧ୍ୟକ୍ଷ ସୁମିତ୍ରା ମହାଜନ ମୃତ୍ୟୁ ବରଣ କରିଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ହେଲେ ଏହା ଏକ ଗୁଜବ ହୋଇଥିଲା ବେଳେ ଅନେକ ଗଣମାଧ୍ୟମ ମଧ୍ୟ ଖବର ପ୍ରସାରଣ କରିଥିଲେ।

ତେବେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଏକ ଭୁଲ୍ ପାଇଁ ଜନସାଧାରଣ ସୁମିତ୍ରାଙ୍କୁ ମୃତ ବୋଲି ଭାବି ନେଇଥିଲେ। ଏମିତିକି ସେ ଶ୍ରଦ୍ଧାଞ୍ଜଳି ମଧ୍ୟ ଜଣାଇଥିଲେ। ହେଲେ ବିଜେପି ସାଧାରଣ ସମ୍ପାଦକ କୈଳାଶ ବିଜୟଭର୍ଗିଆ ଏବଂ ଅନ୍ୟମାନେ ଏହି ଖବରକୁ ମିଥ୍ୟା ବୋଲି କହିଥିଲେ।

ଜ୍ୱର ହେବାରୁ ସୁମିତ୍ରାଙ୍କୁ ଇନ୍ଦୋରର ବମ୍ବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି ବୋଲି ସୁତ୍ରରୁ ପ୍ରକାଶ।

ତେବେ ଏହି ଘଟଣା ପରେ ଶଶି ତାଙ୍କ ଟ୍ବିଟ ଡିଲିଟ୍ କରିବା ସହ ସୁମିତ୍ରାଙ୍କ ଦୀର୍ଘାୟୁ କାମନା କରିଥିଲେ। ଏଥିସହିତ ଭୁଲ୍ ହୋଇଯାଇଛି ବୋଲି କହିଥିଲେ।

 

Leave A Reply

Your email address will not be published.