Latest Odisha News

ଆରପାରିରେ ସାହିତ୍ୟିକ ଡମ୍ବରୁଧର ପଟ୍ଟନାୟକ

ରାୟଗଡ଼ା : ବିଶିଷ୍ଟ ସାହିତ୍ୟିକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦର ରାୟଗଡ଼ା ଜିଲ୍ଲା ପ୍ରତିନିଧି ଡମ୍ବରୁଧର ପଟ୍ଟନାୟକଙ୍କ ୫୨ବର୍ଷ ବୟସରେ ପରଲୋକ ଘଟିଛି ।

ସମ୍ପ୍ରତି ସେ ଓଡ଼ିଶା ସରକାରଙ୍କ ବାଣିଜ୍ୟ କର ବିଭାଗରେ ଜଣେ ପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ସେ ଏକାଧାରରେ ଜଣେ କବି , ଗାଳ୍ପିକ , ଫିଚର ଲେଖକ , ସମାଲୋଚକ , କିଶୋର ସାହିତ୍ୟ ସ୍ରଷ୍ଟା ଏବଂ ବ୍ୟଙ୍ଗ କଥାଶିଳ୍ପୀ ଥିଲେ। ତାଙ୍କ ରଚିତ ପୁସ୍ତକ ମାନଙ୍କ ମଧ୍ୟରେ ବ୍ୟଙ୍ଗ ଚଟକଣି , ଜଗତେ କେବଳ, କିଶୋର ଧାରା , ଜୀବନର ଶେଷ ଦୁଃଖ, ଶୀତ ରାତିର ଦେବଦାସୀ ଆଦି ବେଶ ପାଠକୀୟ ଆଦୃତି ଲାଭ କରିଥିଲା।

ତାଙ୍କର ଉଲ୍ଲେଖନୀୟ ସାହିତ୍ୟ ସାଧନା ପାଇଁ ସେ ରାଷ୍ଟ୍ରଦୀପ, ଫକୀର ମୋହନ ସାହିତ୍ୟ ପରିଷଦ ସମ୍ମାନ, ସୁଲେଖା ସମ୍ମାନ ସହ ବହୁ ଅନୁଷ୍ଠାନ ଓ ସାହିତ୍ୟ ସଂସଦ ଦ୍ୱାରା ସମ୍ମାନିତ ଓ ପୁରସ୍କୃତ ହୋଇଥିଲେ। ଶ୍ରୀ ପଟ୍ଟନାୟକଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟଜଗତରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.