Latest Odisha News

BREAKING NEWS

ପିଏମ୍ କେୟାର୍ସ ଫଣ୍ଡ ନାଁରେ ୫୨ ଲକ୍ଷରୁ ଅଧିକ ଠକେଇ, ୨ ଅଭିଯୁକ୍ତ ଗିରଫ !

ଝାଡଖଣ୍ଡ: ଗୁରୁବାର ଝାଡଖଣ୍ଡ ପୋଲିସ ପିଏମ୍ କେୟାର ଫଣ୍ଡ ନାଁରେ ଲୋକଙ୍କୁ ଠକିଥିବା ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦୁଇ ଭାଇ ବୋଲି ଜଣାପଡିଛି ।

ତଦନ୍ତରୁ ଜଣାପଡିଥିଲା ଦୁଇ ଅଭିଯୁକ୍ତ ନୁର ହସନ ଓ ମହମ୍ମଦ ଇଫତିକାର ଫେକ୍ ୱେବସାଇଟ୍ (www.pmcarerelieffund.com) ଜରିଆରେ ଲୋକଙ୍କଠୁ ଚଳୁ କରିଥିଲେ ୫୨, ୫୮, ୪୪୨ ଲକ୍ଷ ଟଙ୍କା । ୱେବସାଇଟ୍ ର ନାଁ ପିଏମ କେୟାର ଥିବାବେଳେ ଆକାଉଣ୍ଟ ନୁର୍ ହସନ୍ ଗ୍ରାମ୍ ଲାଛେ ନାମରେ ଥିଲା ।

ମିଳିଥିବା ସୂଚନା ଅନୁଯାୟୀ ପରମେଶ୍ୱର ନାମକ ଜଣେ ବ୍ୟକ୍ତି ସାଜିଥିଲା ଏହି ସାଇବର ଅପରାଧର ମାଷ୍ଟର ମାଇଣ୍ଡ । ନୁର ଓ ଇଫତିକାରଙ୍କ ନାଁରେ ଆକାଉଣ୍ଟ ଖୋଲି ଚଳାଇଥିଲା ପିଏମ୍ କେୟାର ନାମରେ ଫେକ୍ ୱେବସାଇଟ୍ ।

ମୁଖ୍ୟ ଅଭିଯୁକ୍ତ ପରମେଶ୍ୱର ଫେରାର ଥିବାବଳେ ତା ଘରେ ଚଢାଉ କରି ବ୍ୟାଙ୍କ ପାସବୁକ, ଚେକ ବହି ଓ ଏଟିଏମ କାର୍ଡ ଜବତ କରିଛି ପୋଲିସ । ଅନ୍ୟପଟେ ୨ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.