Latest Odisha News

BREAKING NEWS

ରାଜଧାନୀରୁ ଧରାପଡିଲେ ନକଲି ପୋଲିସ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବି ଚାଲିଥିଲା ନକଲି ପୋଲିସଙ୍କ କାର୍ଣ୍ଣାମା । ଏସଆଇ ଏବଂ କନେଷ୍ଟବଳ ସାଜି ଲୋକଙ୍କ ଆଖିରେ ଦେଇଚାଲିଥିଲେ ଧୂଳି । ଶେଷରେ ନକଲି ପୋଲିସକୁ ଧରିଛି ଅସଲି ପୋଲିସ । ଏଥିସହିତ ସେମାନଙ୍କ ଠାରୁ ପ୍ରାୟ ଲକ୍ଷେ ଉପରେ ନକଲି ନୋଟ୍ ଜବତ କରିଛି । ଚେକିଂ ପ୍ଲକିଂ ବେଳେ ଧରାପଡିଥିବା ନେଇ ସୂଚନା ଦେଇଛି ସହିଦନଗର ପୋଲିସ୍ ।

ତେବେ ରାଜଧାନୀରୁ ନକଲି ପୋଲିସ୍ ବୁଲୁଥିବାର ପୂର୍ବରୁ ଅଭିଯୋଗ ହୋଇଥିଲା । ଏନେଇ ପୋଲିସର ଛାନଭିନ ଆରମ୍ଭ ହୋଇଥିବା ବେଳେ ସହିଦନଗର ପୁଲିସ ପକ୍ଷରୁ ନକଲି ସବ-ଇନସ୍ପେକ୍ଟରଙ୍କୁ ଗିରଫ କରାଯାଇଛି । ଏହାସହିତ ଅଭିଯୁକ୍ତଠାରୁ ନକଲି ପରିଚୟପତ୍ର ଏବଂ ନଗଦ ଟଙ୍କା ଜବତ କରିଛି ପୋଲିସ୍ ।  ଏ ସଂକ୍ରାନ୍ତରେ ସହିଦ୍ ନଗର ପୋଲିସ୍ ଏକ ମାମଲା ରୁଜୁ ସହ ତଦନ୍ତ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି ।

ପୋଲିସର କହିବାନୁଯାୟୀ, ରାଜଧାନୀରେ ଧରାପଡିଥିବା ନକଲି ପୋଲିସ୍, ନକଲି ୟୁନିଫର୍ମ ସହ ନକଲି ପରିଚୟପତ୍ର ତିଆରି କରି ନିଜକୁ ଜଣେ ସବ-ଇନସ୍ପେକ୍ଟର ଏବଂ ଆଉ ଜଣେ କନେଷ୍ଟବଳ ବୋଲି ପରିଚୟ ଦେଉଥିଲେ ।  ନକଲି ଏସଆଇ ବାସୁଦେବପୁରର ମାନସ ରଞ୍ଜନ ସେନାପତି ହୋଇଥଇବା ବେଳେ ନକଲି କନଷ୍ଟେବଲ ହେଲେ ଆଶିଷ ସ୍ବାଇଁ । ଘର ପିପିଲି ଅଞ୍ଚଳରେ । ଏମାନେ ନିଜକୁ ପୋଲିସ ବୋଲି ପରିଚୟ ଦେଉଥିଲେ । ଅନ୍ୟମାନଙ୍କୁ ପରିଚୟ ଦେଉଥିଲା। ଏପରିକି କିଛି ଲୋକଙ୍କଠାରୁ ସବ-ଇନସ୍ପେକ୍ଟର ପୋଷାକ ପରିଧାନ କରି ଠକେଇ କରିଥିବା ମଧ୍ୟ ଅଭିଯୋଗ ଆସିଥିଲା। ସେମାନଙ୍କଠୁ ୧ ଲକ୍ଷ ୯୩ ହଜାର ଟଙ୍କାର ନକଲି ନୋଟ୍‌ ମଧ୍ୟ ଜବତ ହୋଇଛି । ଏଥିସହିତ ନକଲି ୟୁନିଫର୍ମ, ଆଇଡି କାର୍ଡ , କାର୍, ମୋବାଇଲ୍ ଜବତ କରିଛି ପୋଲିସ୍  ।

Comments are closed.