Latest Odisha News

ୟୁପି ନକଲି ନୋଟ୍ ନେଟଓ୍ବର୍କର ଓଡିଶା ଲିଙ୍କ

ନୂଆଦିଲ୍ଲୀ: ମଦ୍ରାସାରେ ଜାଲ୍ ନୋଟ୍ ଫ୍ୟାକ୍ଟ୍ରି! ୟୁପିରେ ନକଲି ନୋଟ୍ କାରବାରର ଓଡିଶା ଲିଙ୍କ । ଭଦ୍ରକର ଜାହିର ଖାନ୍ ନେଟଓ୍ବର୍କର ମାଷ୍ଟରମାଇଣ୍ଡ । ଆରଏସଏସ ବିରୋଧରେ ବି ବିଷ ଭରିବାକୁ ପ୍ଲାନ୍ ! ଉତ୍ତରପ୍ରଦେଶର ପ୍ରୟାଗରାଜ ଅତ୍ତରସୁଇୟାର ଏକ ମଦ୍ରାସାରେ ଚାଞ୍ଚଲ୍ୟକର ଖୁଲାସା। ମଦ୍ରାସା ପାଲଟିଥିଲା ନକଲି ନୋଟ୍ ଛପା କାରଖାନା । ପ୍ରିନ୍ସିପାଲଙ୍କ ସମେତ ୪ଜଣଙ୍କୁ ଘଟଣାରେ ଗିରଫ କରିଛି ପୋଲିସ । ତେବେ ସବୁଠୁ ବଡ଼ କଥା ହେଲା, ଜାଲ ନୋଟ୍ କାରବାରର ମାଷ୍ଟରମାଇଣ୍ଡ ହେଉଛି ଭଦ୍ରକ ବାସୁଦେବପୁରର ଜାହିର ଖାନ୍ । ମଦ୍ରାସାର ପ୍ରିନ୍ସିପାଲ ବି ଭଦ୍ରକର ବୋଲି ଜଣାପଡିଛି ।

ମଦ୍ରାସାରେ ନକଲି ନୋଟ୍ ଫ୍ୟାକ୍ଟ୍ରି !

ପ୍ରୟାଗରାଜର ଜାମିଆ ହବିବିୟା ମଦ୍ରାସାରେ ଅଗଷ୍ଟ ୨୮ତାରିଖରେ ରେଡ୍ କରିଥିଲା ପ୍ରୟାଗରାଜ ପୋଲିସ । ଚଢାଉ ବେଳେ ୧ଲକ୍ଷ ୩୦ହଜାର ଟଙ୍କାର ଜାଲ୍ ଶହେ ଟଙ୍କିଆ ନୋଟ୍ ସହ ଅଧା ଛପା ନୋଟ୍, ପ୍ରିଣ୍ଟର ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ମାଷ୍ଟରମାଇଣ୍ଡ ଜାହିର ଖାନ୍ ସହ ଅଭିଯୁକ୍ତ ମହମ୍ମଦ ତଫସିରୁଲ ଅରିଫିନ, ମହମ୍ମଦ ଅଫଜଲ, ମହମ୍ମଦ ସହିଦଙ୍କୁ ଗିରଫ କରିଛି ପୋଲିସ। ଏମାନେ ସମସ୍ତେ ନକଲି ଶହେ ଟଙ୍କିଆ ନୋଟ୍ ଛପାରେ ସଂପୃକ୍ତ ଥିଲେ । ନକଲି ନୋଟ୍ ଛାପିବା ପରେ ସ୍ଥାନୀୟ ଅଞ୍ଚଳରେ ସର୍କୁଲେଟ୍ କରାଯାଉଥିଲା ।

କେମିତି ଛପା ଯାଉଥିଲା ନକଲି ନୋଟ୍ ?

ହାଇକ୍ବାଲିଟି ସ୍କାନରରେ ଶହେ ଟଙ୍କିଆ ନୋଟକୁ ପ୍ରଥମେ ସ୍କାନ କରାଯାଉଥିଲା। ଏହାପରେ ଏ-ଫୋର୍ ସାଇଜ୍ ପେପରରେ ନୋଟକୁ ପ୍ରିଣ୍ଟ କରାଯାଉଥିଲା। ନୋଟ୍ ଅସଲି ଲାଗିବା ପାଇଁ ଏହା ଉପରେ ସବୁଜ ରଙ୍ଗର ସେଲୋ ଟେପ୍ ବି ଲଗାଯାଉଥିଲା । ଅଧିକାଂଶ ନୋଟର ନମ୍ବର ଏକା ରହୁଥିଲା । ଅଭିଯୁକ୍ତମାନେ ପ୍ରଥମେ ନିଜେ ହିଁ ବଜାରରେ ନକଲି ନୋଟ ଚଳାଉଥିଲେ । ଏହାପରେ କିଛି ଲୋକଙ୍କୁ କମିଶନ ଲୋଭ ଦେଖାଇ ଜାଲ ନୋଟ୍ ଚଳାଇବାକୁ ଦେଉଥିଲେ । ତିନିଟି ନକଲି ନୋଟ୍ ଚଳାଇବା ବଦଳରେ ଗୋଟିଏ ଅସଲି ନୋଟ୍ ଦେବାକୁ ଡିଲ୍ ହେଉଥିଲା।

ଶହେ ଟଙ୍କିଆ ନକଲି ନୋଟ୍ କାହିଁକି ?

ଶହେ ଟଙ୍କିଆ ନୋଟ୍ ବଜାରରେ ଚଳାଇବା ସହଜ । ମୂଲ୍ୟ କମ୍ ଯୋଗୁଁ କେହି ବେଶୀ ଯାଞ୍ଚ କରିବାର ଝନଝଟ ବି ନାହିଁ । ସେଥିପାଇଁ ଶହେ ଟଙ୍କିଆ ନକଲି ନୋଟ ହିଁ ବଜାରକୁ ଛାଡୁଥିଲେ ଅଭିଯୁକ୍ତ । ଜାଲ ନୋଟ କାରବାର ନେଇ ପୋଲିସ ଖବର ପାଇବା ପରେ ବସଷ୍ଟାଣ୍ଡ ପାଖରେ ହିଁ ଦୁଇ ଜଣଙ୍କୁ ଧରିଥିଲା। ଏହାପରେ ପୂରା ନେଟଓ୍ବର୍କ ନେଇ ଖୁଲାସା ହୋଇଥିଲା । ଜେରାରୁ ମିଳିଥିବା ତଥ୍ୟ ଅନୁସାରେ ମଦ୍ରାସାରେ ଛାପା ମାରିଥିଲା ପୋଲିସ । ମଦ୍ରାସାର କାର୍ଯ୍ୟନିର୍ବାହୀ ପ୍ରିନ୍ସିପାଲ ପୂରା ନେଟଓ୍ବର୍କରେ ସାମିଲ ଥିଲା । ନକଲି ନୋଟ୍ ଛାପିବାକୁ ସେ ମଦ୍ରାସାର ଏକ ରୁମ୍ ଦେଇଥିଲା । ବଦଳରେ ମୋଟା ଅଙ୍କର କମିଶନ ନେଉଥିଲା।

ନକଲି ନେଟଓ୍ବର୍କ…ଚେର ଖୋଜୁଛି ପୋଲିସ

କେତେବାଟ ଲମ୍ବିଛି ୟୁପି ପ୍ରୟାଗରାଜ ନକଲି ନୋଟ୍ ନେଟଓ୍ବର୍କର ଚେର ? ମାଷ୍ଟରମାଇଣ୍ଡ ଜାହିର ଖାନ୍ ୪ବର୍ଷ ପୂର୍ବରୁ ପାଠ ପଢିବାକୁ ମଦ୍ରାସାକୁ ଯାଇଥିଲା। ମଦ୍ରାସାର ପ୍ରିନ୍ସିପାଲ ବି ଭଦ୍ରକ ଜିଲ୍ଲାର। ତେଣୁ ଓଡିଶା ଲିଙ୍କ ନେଇ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଖୋଳତାଡ କରିବ ପୋଲିସ । ଆବଶ୍ୟକ ପଡିଲେ ଓଡିଶା ଆସିପାରେ ପ୍ରୟାଗରାଜ ପୋଲିସ । କେବଳ ନକଲି ନୋଟ୍ ନୁହେଁ ଆରଏସଏସ ବିରୋଧୀ ଲେଖା ଥିବା କିଛି ବହି ମଧ୍ୟ ରେଡ଼୍ ବେଳେ ମଦ୍ରାସାରୁ ଜବତ କରିଛି ପୋଲିସ । ମଦ୍ରାସାରେ ଓଡିଶା, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ ସମେତ ବିଭିନ୍ନ ରାଜ୍ୟରୁ ପିଲା ପଢିବାକୁ ଆସନ୍ତି । ତେଣୁ ସେଠାରେ ପିଲାଙ୍କ ମନରେ ସଂଘକୁ ନେଇ ବିଷ ପୂରାଯାଉଥିଲା କି? ସେ ଦିଗରେ ମଧ୍ୟ ତଦନ୍ତ କରାଯାଉଛି ।

Comments are closed.