Latest Odisha News

ସୂଚନା ଅଧିକାର କର୍ମୀ କହି ଠକେଇ ମାମଲା : ମାଷ୍ଟର ମାଇଣ୍ଡ କାହ୍ନୁ ଚରଣ ପ୍ରଧାନ ଗିରଫ

ଭୁବନେଶ୍ବର: ସୂଚନା ଅଧିକାର କର୍ମୀ କହି ଠକେଇ ମାମଲା  । ମାଷ୍ଟର ମାଇଣ୍ଡ କାହ୍ନୁ ଚରଣ ପ୍ରଧାନଙ୍କୁ ଗିରଫ କଲା ଏସଟିଏଫ୍ । କାହ୍ନୁ ଚରଣଙ୍କଠାରୁ ୪ କୋଟି ଟଙ୍କା ବ୍ୟାଙ୍କ ଖାତା ଜମା ଥିବା ନେଇ ତଥ୍ୟ ମିଳିଛି । କାହ୍ନୁଚରଣ ଆକାଉଣ୍ଟରେ କୋଟି କୋଟି ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଛି । ଅଭିଯୁକ୍ତ ନିକଟରୁ କିଛି ବ୍ୟାଙ୍କ ପାସବୁକ୍ ଓ ଏଟିଏମ୍ ମଧ୍ୟ ଜବତ କରାଯାଇଛି  । ସରକାରୀ କମର୍ଚାରୀଙ୍କୁ ବ୍ଲାକମେଲ କରୁଥିଲେ ନକଲି ଆରଟିଆଇ କର୍ମୀ ।

ଗତ ଶୁକ୍ରବାର ଦିନ ଜଣେ ଅଭିଯୁକ୍ତ କିଶୋର ମିଶ୍ରଙ୍କୁ କୋରାପୁଟରୁ ଗିରଫ କରାଯାଇଥିଲା । ସେ ମଧ୍ୟ ନିଜକୁ ଜଣେ ସୂଚନା ଅଧିକାର କର୍ମୀ ବୋଲି କହିବା ସହ ସୂଚନା ଓ ଲୋକସମ୍ପର୍କ ବିଭାଗର ନକଲି ପରିଚୟପତ୍ର କରି ଲୋକଙ୍କୁ ଠକୁଥିଲା । କିଶୋର ମିଶ୍ରଙ୍କ ଘର ବ୍ରହ୍ମପୁରରେ ହୋଇଥିବାବେଳେ ସେ ଦୀର୍ଘ ବର୍ଷ ଧରି କୋରାପୁଟରେ ରହିଆସୁଥିଲେ  ।  କୋରାପୁଟରେ ରହି ସାଧାରଣ ଲୋକଙ୍କ ସହ ବ୍ୟବସାୟିକ ସଂଗଠନମାନଙ୍କୁ ଭୟଭୀତ କରାଇ ଚାନ୍ଦା ଆଦାୟ କରୁଥିଲେ |

କ୍ରସର ଲାଇସେନ୍ସ, ମଦ ଦୋକାନ ଲାଇସେନ୍ସ ଓ ସରକାରୀ ବଦଳି କରାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଠକୁଥିଲା ଧୂର୍ତ୍ତ କିଶୋର ମିଶ୍ର । ଏହି ଅଭିଯୁକ୍ତ ନିକଟରୁ ଏସଟିଏଫ ନକଲି ପରିଚୟ ପତ୍ର ମଧ୍ୟ ଜବତ କରାଯାଇଥିଲା ।   କିଶୋର ମିଶ୍ର ୨ ରୁ ୩ ବର୍ଷ ଧରି ଏହି କାରନାମା କରି ଆସୁଥିବାବେଳେ ତାଙ୍କର ଆକାଉଣ୍ଟରେ ମଧ୍ୟ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଥିବାର ସୂଚନା ମିଳିଥିଲା ।

Leave A Reply

Your email address will not be published.