Latest Odisha News

BREAKING NEWS

କେନ୍ଦ୍ରାପଡା: ନକଲି ଚା’ କାରଖାନାରୁ ବିପୁଳ ପରିମାଣର କଞ୍ଚାମାଲ୍ ଜବତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଚାନ୍ଦୋଳ ଥାନା ଅନ୍ତର୍ଗତ ଖର୍ଦ୍ଧାସାହି ନିକଟରୁ ସୋମବାର ରାତିରେ ଏକ ନକଲି ଚା’ ପତି କାରଖାନା ଠାବ କରାଯାଇଛି ।

ଏହି ଘଟଣାରେ ସେଠାରୁ ବିପୁଳ ପରିମାଣରେ ନକଲି ଚା’ ପତି, ବିଭିନ୍ନ ପ୍ରକାର ପ୍ୟାକେଜିଂ ସାମଗ୍ରୀ, କଞ୍ଚାମାଲ ଓ ଚା’ ପତି ତିଆରି ମେସିନ ଜବତ କରାଯିବା ସହ ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି ।

ଅଟକ ବ୍ୟକ୍ତି ଜଣକ ନକଲି ଚା’ ପତି ତିଆରିରେ ସମ୍ପୃକ୍ତି ରହିଥିବା ଜଣାପଡିଛି । ଏଥିସହିତ କାରଖାନା ମାଲିକ ଫେରାର ହୋଇଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ତେବେ ଏଠାରେ ନକଲି ସାମଗ୍ରୀ ବିକ୍ରି କରାଯାଉଥିବା ନେଇ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । ପରେ ଏନେଇ ପୋଲିସ ଛାନଭିନ୍ ଆରମ୍ଭ କରିଥିବା ଜଣାପଡିଛି।

Leave A Reply

Your email address will not be published.