Latest Odisha News

ଭଦ୍ରକରେ ନକଲି ତମାଖୁ ମାନୁଫାକଚରିଂ ୟୁନିଟ୍ ଠାବ

ଭଦ୍ରକ: ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅନ୍ତର୍ଗତ ବଡ ଶଙ୍କରପୁର ନିକଟ ଏକ ଘରୁ ଗୁରୁବାର ଦିନ ପୋଲିସ ପକ୍ଷରୁ ଏକ ନକଲି ତମାଖୁ ମାନୁଫାକଚରିଂ ୟୁନିଟ୍ ଠାବ କରାଯାଇଛି।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପୁରୁଣା ବଜାର ପୋଲିସ ଆଜି ସକାଳେ ଉକ୍ତ ଘରେ ଚଢାଉ କରିବା ପରେ ସେଠାରୁ ନକଲି  ତମାଖୁ ପ୍ୟାକେଟ୍ ଜବତ କରିବା ସହ ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟର ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ।

ତେବେ ଏହି ଘଟଣାରେ ଉକ୍ତ ନକଲି ୟୁନିଟ୍ ମାଲିକ ସାହିଦ କାଦିରଙ୍କୁ ଗିରଫ କରାଯାଇଥିବା ପୋଲିସ ସୁତ୍ରରୁ ପ୍ରକାଶ ।

 

 

Comments are closed.