Latest Odisha News

BREAKING NEWS

ଏବର୍ଷ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ । ୭୪ ବର୍ଷରେ ପାଦ ଥାପିବେ ନବୀନ । କିନ୍ତୁ ଚଳିତବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ । କୋଭିଡ୍ ସକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳନ କରିବେ ନାହିଁ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାବାସୀଙ୍କ ଭଲ ପାଇବା ଓ ଶୁଭେଚ୍ଛା ପାଇଁ ସେ ସବୁବେଳେ ଋଣୀ । ଗତ ଆଠ ମାସ ହେବ କୋଭିଡ୍ ଯୋଗୁ ସମସ୍ତେ କଠିନ ସମୟ ଦେଇ ଗତି କରୁଛନ୍ତି ।

ମୁଖ୍ୟମନ୍ତ୍ରୀ ଦଳୀୟ ନେତା, କର୍ମୀ, ସମର୍ଥକ ଓ ଶୁଭେଚ୍ଛୁଙ୍କୁ ଅପିଲ କରିଛନ୍ତି, ଏଭଳି ପରିସ୍ଥିତିରେ ଆସନ୍ତାକାଲି ନବୀନ ନିବାସ ନ ଆସି ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ । ରକ୍ତଦାନ କରିବା ଓ ପ୍ଲାଜମା ଦାନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.