Latest Odisha News

ବ୍ରାଣ୍ଡ ଅସଲି ମାଲ୍ ନକଲି: ପୁଣି ନକଲି ସସ୍ କାରଖାନା ଉପରେ ରେଡ୍‌

କଟକ: ପୁଣି ବ୍ରାଣ୍ଡ ଅସଲି ମାଲ୍ ନକଲି । ଅସଲି ବ୍ରାଣ୍ଡରେ ବିକ୍ରି ହେଉଥିଲା ନକଲି ମାଳ୍ । କଟକରୁ ପୁଣି ଥରେ ନକଲି ସସ୍ କାରଖାନା ଠାବ ହୋଇଛି । କଟକ ଜଗତପୁର ଆଇବି ରୋଡ୍‌ରେ ଏକ ନକଲି ସସ୍ କାରଖାନା ଉପରେ ପୋଲିସ ଚଢ଼ାଉ କରିଛି । ବିପୁଳ ପରିମାଣର ନକଲି ସସ୍ ଓ ପ୍ରସ୍ତୁତରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ । ରେଡ୍ ବେଳେ ପୋଲିସ ଜଣକୁ ଅଟକ ରଖି ପଚରାଉଚରା କରୁଛି ।
ସସ୍ ବୋତଲରେ ଶୁଭମ ଫୁଡ୍‌ସ୍ ମଂଚେଶ୍ୱର ଇଂଡଷ୍ଟ୍ରିଆଲ ଭୁବନେଶ୍ୱର ଷ୍ଟିକର ଲାଗିଥିବା ବେଳେ ଏହା କଟକରେ ତିଆରି ହେଉଥିଲା । ଏଥିସହ ଏହି କାରଖାନାର ଫୁଡ ଲାଇସେନ୍ସ ମଧ୍ୟ ନଥିଲା । ଏକ୍ସପାଇଏରି ଏସେସନ୍ସ, ଫୁଟ କଲର ଆଦିକୁ ପୋଲିସ ଜବତ କରିଛି । ପୂର୍ବରୁ ମଧ୍ୟ କଟକରୁ ତେଲ,ଧୂମକାଠ, ପୂଜା ଘିଅ ଆଦି କାରଖାନା ଉପରେ ମଧ୍ୟ ପୋଲିସ ଚଢ଼ାଉ କରିଥିଲା ।

Leave A Reply

Your email address will not be published.