ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସାମନାକୁ ଆସିଥିବା ଡ୍ରଗ୍ସ ଲିଙ୍କରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସ୍କାନରରେ ବଲିଉଡ୍ । ଆଜି ଏହି ମାମଲାରେ ଏନସିବି ଦୁଆରେ ହାଜର ହେବେ ବଲିଉଡର ମସ୍ତାନୀ ଦୀପିକା ପାଦୁକୋନ । ତାଙ୍କ ସହ ଆଜି ସାରା ଅଲ୍ଲୀ ଖାନ୍ ଓ ଶ୍ରଦ୍ଧା କପୁର ବି ଏନସିବିରେ ହାଜର ହେବେ ।

ଏନସିବି ଗେଷ୍ଟ ହାଉସରେ ଦୀପିକା ପାଦୁକୋନଙ୍କୁ ପଚରାଉଚରା କରିବି ଏନସିବି । ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ବି ଆଜି ପୁଣି ଥରେ ଡକରା ହୋଇଛି । ପ୍ରଥମେ ଦୀପିକାଙ୍କୁ ଏକାକୀ ପଚରାଉଚରା କରିବା ନେଇ ସୂଚନା ମିଳିଛି । କଥାରେ ତାଳମେଳ ନରହିଲେ ଦୀପିକା ଓ କରିସ୍ମାଙ୍କୁ ମୁହାଁମୁହିଁ ଜେରା କରିପାରେ ଏନସିବି ।
ଏଥିସହ ପଢ଼ନ୍ତୁ: ଆଜିଠୁ ବିଧାନସଭା ପରିସରରେ ହେବ କୋଭିଡ ଟେଷ୍ଟ
ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନ ମୁମ୍ବାଇ ସ୍ଥିତ ଏନସିବି ଅଫିସରେ ହାଜର ହେବା ନେଇ ସୂଚନା ମିଳିଛି । ଏମାନଙ୍କୁ ପ୍ରଥମେ ସୁଶାନ୍ତ ସିଂହ ରାଜପୁତ ମାମଲାରେ ପଚରାଉଚରା କରିପାରନ୍ତି ଏନସିବି ଟିମ୍ । କାରଣ ଏହି ଦୁହିଁଙ୍କ ନାଁ ଜେରା ବେଳେ ନେଇଥିଲେ ରିୟା ଚକ୍ରବର୍ତ୍ତୀ ।

ସୁଶାନ୍ତଙ୍କ ଫାର୍ମ ହାଉସର ପୂର୍ବତନ ମ୍ୟାନେଜର, ବୋଟମ୍ୟାନ୍ ଓ ଡ୍ରାଇଭର ସାରା ଓ ଶ୍ରଦ୍ଧାଙ୍କ ନାଁ ନେଇଥିଲେ । ସାରା ଓ ଶ୍ରଦ୍ଧାଙ୍କ ନାଁରେ ଡ୍ରଗ୍ସ ନେଉଥିବା ନେଇ ଅଭିଯୋଗ ହୋଇଛି । ପ୍ରଥମେ ମୁମ୍ବାଇ ଏନସିବି ଟିମ୍ ଓ ପରେ ଦିଲ୍ଲୀ ଏସଆଇଟି ଏମାନଙ୍କୁ ପଚରାଉଚରା କରିବ । ଏବେ ଦେଖିବାର କଥା ବଲିଉଡ ବିୟୁଟିଙ୍କୁ ଜେରା ପରେ ଆଉ କେଉଁ ସବୁ ବଡ଼ ବଡ଼ ହସ୍ତୀଙ୍କ ନାଁ ସାମନାକୁ ଆସୁଛି ।
BREAKING NEWS
- ବାଂଲାଦେଶକୁ ଧୋକା ଦେଲା ଚୀନ୍ : ଚାଇନା ନିର୍ମିତ ଟ୍ୟାଙ୍କ ବିସ୍ଫୋରଣରେ ୨ ଯବାନ ସହିଦ
- ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀଙ୍କ ଆହ୍ୱାନ
- ଭାରତ ରତ୍ନ ସିଏନଆର ରାଓଙ୍କୁ ‘SIR’ ନୋଟିସ କରାଯାଇଥିବା ରିପୋର୍ଟକୁ ଖଣ୍ଡନ କଲା ECI
- ବଙ୍ଗରେ ତେଜୁଛି ‘ଆମିଷ’ ବିବାଦ: ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ରାଜ୍ୟ ବିଜେପି ମୁଖ୍ୟଙ୍କ ନିଶାନା, କହିଲେ-‘ବଙ୍ଗାଳୀମାନେ ମାଛ ଓ ମାଂସ ଖାଇବେ’
- Red Fort blast:NIAର ଚାର୍ଜସିଟ୍ରେ ଚାଞ୍ଚଲ୍ୟକର ଖୁଲାସା;ଲାଲକିଲ୍ଲା ବିସ୍ଫୋରଣ ମାମଲାର ଏହି ୩ଟି ଦିଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ…
- MMDR ଆଇନ ଓଡ଼ିଶା ସ୍ୱାର୍ଥ ବିରୋଧୀ କହି ଗର୍ଜିଲା ବିଜେଡି, ବିଜେପି କହିଲା ବିଜେଡି ଭୟ ସୃଷ୍ଟି କରୁଛି
- ରୁଟ ସୃଷ୍ଟି କଲେ ନୂଆ ଇତିହାସ: ପଛରେ ପଡ଼ିଲେ ପଣ୍ଟିଂ, ୱ
- ଭୂତଳ ଚାମ୍ବରରୁ ଚାଲିଥିଲା କଫ୍ ସିରପ କାରବାର; ୮୧୩ ବୋତଲ ଜବତ, ମହିଳା ଗିରଫ
- ଓଡ଼ିଶାର ଆର୍ଥିକ ସ୍ୱାଧୀନତା ଉପରେ କୁଠାରଘାତ: ଏମଏମଡିଆର୍ ଆଇନ ବିରୋଧରେ ରାଜଭବନରେ ଫେରାଦ ହେଲା ବିଜେଡି
- ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଅକ୍ଟୋବର ୧ ମଧ୍ୟରେ ବିଦ୍ୟାଭାରତୀଙ୍କୁ ତଳ କୋର୍ଟରେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Comments are closed.