ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମ ଏବଂ କିଛି ଓ୍ୱେବସାଇଟରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ବିଭିନ୍ନ ପଦବୀରେ ଚାକିରି ସଂକ୍ରାନ୍ତରେ ମିଥ୍ୟା ବିଜ୍ଞାପନ ପ୍ରଚାର କରାଯାଉଥିବା ଦୃଷ୍ଟିକୁ ଆସୁଛି। ଏଭଳି ମିଥ୍ୟା ବିଜ୍ଞାପନକୁ ବିଶ୍ୱାସ ନକରିବାରୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ପରାମର୍ଶ ଦିଆଯାଉଛି।
ଏଭଳି ଓ୍ୱେବସାଇଟ୍ ମାନଙ୍କରେ ଆସୁଥିବା ବିଜ୍ଞାପନରେ ବିଶ୍ୱାସ କରି ଆପଣ ମାନେ ଠକାମିର ଶିକାର ହୁଅନ୍ତୁ ନାହିଁ। ଜନସାଧାରଣଙ୍କ ସଚେତନତା ନିମନ୍ତେ ଏହି ପ୍ରେସ୍ ବାର୍ତ୍ତା ମାଧ୍ୟମରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସ୍ପଷ୍ଟତା ରଖାଯାଉଛି।
ଅନେକ ନିରୀହ ଚାକିରି ଆଶାୟୀଙ୍କୁ ଓ୍ୱେବସାଇଟରେ ମିଥ୍ୟା ବିଜ୍ଞାପନ ଦେଇ ଠକେଇ ହେଉଛି। ଅନେକ ଲୋକ ଏହି ଠକାମିର ଶିକାର ହେଉଥିବା ଅଭିଯୋଗ ଆସୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଗଣମାଧ୍ୟମ ଜରିଆରେ ନିବେଦନ କରାଯାଉଛି ଯେ, ଏଭଳି କୌଣସି ବିଜ୍ଞାପନକୁ ସତ ଭାବନ୍ତୁ ନାହିଁ। କେବଳ ସରକାରଙ୍କ ଦ୍ୱାରା ଆନୁଷ୍ଠାନିକ ପ୍ରକିୟା ମାଧ୍ୟମରେ ହିଁ ଚାକିରି ସମ୍ପର୍କରେ କୌଣସି ବିଜ୍ଞାପନ ପ୍ରକାଶିତ ହୋଇଥାଏ। ଏଥିପାଇଁ ସରକାରଙ୍କର ଏକ ବିଶେଷ ପ୍ରକ୍ରିୟା ରହିଛି। ହ୍ୱାସଟଆପକୁ ବିଭିନ୍ନ ଓ୍ୱେବସାଇଟର ମିଥ୍ୟା ବିଜ୍ଞାପନ ଲିଙ୍କ ଆସିଲେ ଏହାର ସତ୍ୟତା ଯାଞ୍ଚ କରନ୍ତୁ। ଏଭଳି ମିଥ୍ୟା ଓ୍ୱେବସାଇଟ ବିଜ୍ଞାପନ ମାଧ୍ୟମରେ ଚାକିରି ମିଳେନାହିଁ ବୋଲି ଏସଟିଏ ସ୍ପଷ୍ଟ କରୁଛି।
Comments are closed.