ଭୁବନେଶ୍ୱର: ଢେଙ୍କାନାଳରେ ଚାଞ୍ଚଲ୍ୟ । ବନ୍ଦ ଘର ଭିତରୁ ଗୋଟିଏ ପରିବାରର ତିନି ମୃତଦେହ ଉଦ୍ଧାର ହୋଇଛି । ବେକରେ ରଶି ଲଗାଇ ଏକା ସଙ୍ଗେ ଝୁଲିପଡ଼ିଲେ ପରିବାରର ବାପା ଓ ୪୦ ବର୍ଷୀୟ ଝିଅ ଓ ୧୬ ବର୍ଷୀୟ ନାତି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଚାଉଳିଆ ଖମାର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତେବେ କେଉଁ କାରଣ ପାଇଁ ଏକା ସାଙ୍ଗରେ ତିନି ତିନି ଜଣ ପ୍ରାଣ ହରାଇଲେ, ତାହା ଅସ୍ପଷ୍ଟ ରହିଛି ।
ଘଟଣାସ୍ଥଳରେ ସଦରଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତକ ହେଲେ ୭୦ ବର୍ଷୀୟ ଶଙ୍କର୍ଷଣ ଦାସ, ଝିଅ ସୁବର୍ଣ୍ଣ ଦାସ ଓ ନାତି ସନ୍ତୋଷ କୁମାର ଦାସ । ଶଙ୍କର୍ଷଣଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ଦାସଙ୍କ କହିବା କଥା ତିନିଦିନ ହେବ ତାଙ୍କ ସ୍ୱାମୀ ଗୋଟିଏ ରୁମରେ, ଝିଅ ଓ ନାତି ଅନ୍ୟ ଏକ ରୁମରେ ଗତ ବୁଧବାର ରାତିରୁ ବେକରେ ରାଶି ଲଗାଇ ଦେଇଥିଲେ । ହେଲେ ଘଟଣାର ଦୁଇଦିନ ପରେ ଅର୍ଥାତ ଗତକାଲି ଏନେଇ ଗାଁଲୋକଙ୍କୁ ଜଣାଇ ଥିଲେ । କେହି ଜଣେ ହେଲେ ବି ତାଙ୍କ କଥା ଶୁଣି ନଥିଲେ । ପରେ ପୁଷ୍ପାଞ୍ଜଳି ଆଜି ଢେଙ୍କାନାଳ ସହରର ଭଗବାନପୁର ଠାରେ ପୁଅ ପ୍ରସନ୍ନ ପାଖକୁ ଯାଇ ସବୁକଥା ଜଣାଇଥିଲେ । ପରେ ପୋଲିସ ଉପସ୍ଥିତିରେ ଘର କବାଟ ଖୋଲା ଯାଇଥିଲା । ପୁଷ୍ପାଞ୍ଜଳିଙ୍କ ସ୍ବାମୀ ଶଙ୍କର୍ଷଣଙ୍କ ରେଲଓ୍ବେ ଡିପାର୍ଟମେଣ୍ଟରେ ଗେଟ୍ କିପର ଭାବେ ଚାକିରି କରୁଥିଲେ ।
BREAKING NEWS
- Makar Sankranti: ଆସନ୍ତାକାଲି ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
- ବିଜୟ ହଜାରେ ଟ୍ରଫି: ସେମିଫାଇନାଲରେ କର୍ଣ୍ଣାଟକ-ବିଦର୍ଭ, ପଞ୍ଜାବ-ସୌରାଷ୍ଟ୍ର ମଧ୍ୟରେ ହେବ ମୁକାବିଲା
- Clean Survey: ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ, ଶ୍ରେଷ୍ଠ ସ୍ୱଚ୍ଛ ବିଦ୍ୟାଳୟକୁ ମିଳିବ ୫୦ ହଜାର ଟଙ୍କାର ପୁରସ୍କାର
- ମାଞ୍ଜା ସୂତା ଲାଗି ଭୁବନେଶ୍ୱରରେ ଯୁବକ ଗୁରୁତର
- କେନ୍ଦୁଝରରେ ଖୋଲିବ ଏନଏସଡିର ରାଜ୍ୟ ଶାଖା, ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର..
- ଆଉ ହେବନି ୧୦ ମିନିଟ୍ ମଧ୍ୟରେ ଡେଲିଭରି, ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ରୋକ୍ ଲଗାଇଲେ ସରକାର
- ଫିରିଙ୍ଗିଆ ତହସିଲର ପୂର୍ବତନ କର୍ମଚାରୀ ଅଜୟ ମଲ୍ଲିକଙ୍କୁ ୩ ବର୍ଷ ଜେଲ ଦଣ୍ଡ
- ଆଇସିସି କଥା ମାନୁନି ବାଂଲାଦେଶ
- BJD: ଏବେ ସୁଧା ୮ ଜିଲ୍ଲାରେ ଖୋଲିଲାନି ମଣ୍ଡି, ଚାଷୀକୂଳକୁ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର: ବିଜେଡି
- କେନ୍ଦୁଝରରେ ୧୯୦୦ କୋଟି ଉର୍ଦ୍ଧ୍ୱ ଟଙ୍କାର ୭୧ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
Comments are closed.