Latest Odisha News

BREAKING NEWS

ରାଗିଂ ନେଲା କି ଜୀବନ ! ହାଇଦ୍ରାବାଦରେ ଜୀବନ ହାରିଲେ ଓଡ଼ିଆ ଛାତ୍ରୀ

ସୋନପୁର: ହାଇଦ୍ରାବାଦ ଆଇ.ଆଇ.ଟିରେ ଓଡିଆ ଛାତ୍ରୀଙ୍କ ମୃତ୍ୟୁ  । ଏକ ବନ୍ଦ କୋଠରୀରୁ ଉଦ୍ଧାର ହୋଇଛି ଛାତ୍ରୀଙ୍କର ମୃତେଦହ  । ମୃତ ଛାତ୍ରୀ ଜଣକ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଡୁମୁରି ଗାଁର ଦୁଃଖିଶ୍ୟାମ ନାଏକଙ୍କ ଝିଅ ମମିତା  ବୋଲି ଜଣାପଡିଛି ।

ହଷ୍ଟେଲର ଏକ ବନ୍ଦ କୋଠରୀ ଭିତରୁ ଝୁଲନ୍ତା ଅବସ୍ଥାରେ ମମିତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଏନେଇ ଆଇ.ଆଇ.ଟି କର୍ତ୍ତୁପକ୍ଷ ଛାତ୍ରୀଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ । ପରେ ପରିବାର ଲୋକ ସେଠାକୁ ଯାଇ ମୃତେଦହ ଆଣିବାର ବ୍ୟବସ୍ଥା କରୁଥିବା ଜଣାପଡିଛି l ତେବେ ଛାତ୍ରୀଜଣକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମମିତାଙ୍କ ପରିବାର ଲୋକେ କିନ୍ତୁ ହତ୍ୟା ଅଭିଯୋଗ ଆଣିଛନ୍ତି ।

ପରିବାର ଲୋକଙ୍କ କହିବା ମୂତାବକ ରାଂଗି କରି ତାଙ୍କ ଝିଅକୁ ମାରି ଦିଆଯାଇଛି । ଗୋଟେପଟେ କଲେଜ କର୍ତ୍ତୁପକ୍ଷ ଆତ୍ମହତ୍ୟା କରିଥିବା କହୁଥିବାବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ମମିତାଙ୍କ ହତ୍ୟାକୁ ନେଇ ତାଙ୍କ ବାପା କହିଛନ୍ତି ମୋ ଝିଅ ଜଣେ ମେଧାବୀ ଛାତ୍ରୀ ଥିଲା , ତାକୁ କଲେଜରେ ରାଗିଂ କରାଯାଉଥିଲା । ସେ ଆତ୍ମହତ୍ୟା କରିନାହିଁ ବରଂ ତାକୁ ହତ୍ୟା କରାଯାଇଛି । ତେବେ ମମିତାଙ୍କ ମୃତ୍ୟୁକୁ ନେଇ ଏବେ ସସପେନ୍ସ ବଢିଛି ।

ଗତ ଜୁଲାଇ ୨୬ ତାରିଖ ଦିନ ମମିତା ଏମ.ଟେକ୍ ପ୍ରଥମ ବର୍ଷରେ ନାମ ଲେଖାଇ ହଷ୍ଟେଲକୁ ଯାଇଥିଲେ l ମାତ୍ର ୧୦ ଦିନରେ ମଧ୍ୟ ରେ ଛାତ୍ରୀ ଜଣକ କାହିଁକି ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ମମିତାଙ୍କ ମୃତଦେହ ତାଙ୍କ ଗାଁରେ ପହଞ୍ଚିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.