Latest Odisha News

BREAKING NEWS

ଖୁବ ଶୀଘ୍ର ବଦଳିବ ଏହି ରାଜ୍ୟର ନାମ; କ’ଣ ରହିବ ନୂଆ ନାଁ, ଜାଣନ୍ତୁ

ନୂଆଦିଲ୍ଲୀ : ବଦଳିବ କେରଳର ନାଁ । ନୂଆ ନାଁରେ ପରିଚିତ ହେବ ଏହି ରାଜ୍ୟ । ଏ ନେଇ କେରଳ ବିଧାନସଭାରେ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ବିନା ସଂଶୋଧନରେ ପାରିତ ହୋଇଛି  । ବିଧାନସଭାରେ ଏହି ପ୍ରସ୍ତାବ ଗୃହୀତ ହେବା ପରେ କେନ୍ଦ୍ର ସରକାରଙ୍କୁ ସମ୍ବିଧାନ ତଥା ସମସ୍ତ ସରକାରୀ ରେକର୍ଡରେ ନୂଆ ନାଁ ରଖିବାକୁ ଅନୁରୋଧ କରାଯାଇଛି।

ଆଜି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ପ୍ରସ୍ତାବରକୁ ଗୃହରେ ଉପସ୍ଥାପନ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ,  କେରଳକୁ  ମାଲାୟଲମ ଭାଷାରେ କେରଲମ୍ କୁହାଯାଏ । ଭାଷା ଭିତ୍ତିକ ଏହି ରାଜ୍ୟ ୧୯୫୬ ନଭେମ୍ବର ୧ ତାରିଖରେ ସୃଷ୍ଟି ହୋଇଥିଲା । ଏହି ଦିନକୁ କେରଳ ଦିବସ ଭାବେ ପାଳନ କରାଯାଇଥାଏ ।   ସମ୍ବିଧାନରେ ଏହାର ନାମ କେରଳ ଲେଖା ଯାଇଛି ।  ତେଣୁ ଏହାର ନାମ   ପରିବର୍ତ୍ତନ କରାଯାଇ କେରଳମ ରହିବ ।  ସିଏମ ବିଜୟନ ବିଧାନସଭାରେ ଧାରା ୧୧୮ ଅନୁସାରେ ଏହି ପ୍ରସ୍ତାବ ଆଗତ କରିଥିଲେ ।

 ଏହି ପ୍ରସ୍ତାବରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ମଧ୍ୟ ସହମତି ପ୍ରକାଶ କରିଛି ।  ଶେଷରେ ଧାନସଭା ଅଧ୍ୟକ୍ଷ ଏଏନ ସମଶୀର ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବ ଗୃହୀତ  ହୋଇଥିବା ଘୋଷଣା କରିଥିଲେ। ଏହାପରେ କେନ୍ଦ୍ର ସରକାରଙ୍କ ସହ ସମସ୍ତ ଆଧିକାରିକ ଦସ୍ତାବିଜ ତଥା ସମ୍ବିଧାନର ୮ମ ସୂଚୀରେ କେରଳର ନାଁ ବଦଳାଇ କେରଲମ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ।

 

Leave A Reply

Your email address will not be published.