Latest Odisha News

BREAKING NEWS

ଘରୋଇ କଳହକୁ କେନ୍ଦ୍ର କରି ଭାଇକୁ ହାଣିଲା ଭାଇ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଲଙ୍ଗଳେଶ୍ବର ଗାଁରେ ଅଭାବନୀୟ ଘଟଣା  । ଘରୋଇ କଳହକୁ କେନ୍ଦ୍ର କରି ଭାଈକୁ ହାଣି ଦେଇଛି ଭାଈ  । ସୂଚନା ଅନୁସାରେ ଗତକାଲି କୌଣସି କଥାକୁ ନେଇ ସୁଶାନ୍ତ ଗିରିଙ୍କର ତାଙ୍କ ମାଆ ସାବିତ୍ରୀ ଗିରିଙ୍କ ସହ ବଚସା ହୋଇଥିଲା  । ଏଥିରେ ରାଗି ଯାଇ ସୁଶାନ୍ତ ତାଙ୍କ ମାଆଙ୍କୁ ଆକ୍ରମଣ କରିଥିଲା । ଏହାଦେଖି ସୁଶାନ୍ତଙ୍କ ଭାଉଜ ମାକୁ ଉଦ୍ଧାର କରିବାକୁ ଯାଇଥିଲେ  । ଫଳରେ ସେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି  ।

ପରେ ସୁଶାନ୍ତଙ୍କ ବଡ ଭାଈ ଗୋପାଳ ଗିରି ଘଟଣାସ୍ଥଳରେ ପହଞ୍ଚି ଘଟଣାର କାରଣ ବିଷୟରେ ପଚାରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା  । ଏଥିରେ ଉତ୍ତ୍ୟକ୍ତ ହୋଇ ଗୋପାଳ ସୁଶାନ୍ତଙ୍କ ମୁଣ୍ଡକୁ ଏକ କଟୁରୀରେ ହାଣି ଦେଇଛି  । ପରେ ଗାଁଲୋକେ ଘଟଣାସ୍ଥଳରେ ପହଞ୍ଚି ସୁଶାନ୍ତ , ତାଙ୍କ ମାଆ ସାବିତ୍ରୀ ଏବଂ ଭାଉଜଙ୍କୁ ଗୁରୁତର ଅବସ୍ଥାରେ ଲଙ୍ଗଳେଶ୍ବର ମେଡିକାଲରେ ଭର୍ତ୍ତି କରିଛନ୍ତି  । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସମସ୍ତଙ୍କୁ ବାଲେଶ୍ବର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି  । ଘଟଣାସ୍ଥଳରେ ସିଂଲା ଥାନା ପୋଲିସ ପହଞ୍ଚି ଗୋପାଳ ଗିରିଙ୍କୁ ଅଟକ ରଖିଛି  । ଏବଂ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.