Latest Odisha News

ସିମ୍ ବକ୍ସ ମାମଲାରେ ନୂଆ ଟ୍ବିଷ୍ଟ: ରାଜୁ ନିଖୋଜ ନେଇ ପରିବାର ଲୋକେ କଲେ ଅଭିଯୋଗ

ଭୁବନେଶ୍ବର: ଖୋଲୁଛି ସିମ୍ ବକ୍ସ ମିଷ୍ଟ୍ରି । ପ୍ରଥମେ ଭୁବନେଶ୍ବର, କଟକ ଆଉ ତାପରେ ରାଞ୍ଚି ଯାଏଁ ଲମ୍ବିଥିବା ସିମବକ୍ସର ନେଟଓ୍ବାର୍କ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହାର ମାଷ୍ଟର ମାଇଣ୍ଡ ଆଶଦ୍ଦୁର ଏବେବି ଫେରାର ଥିବା ବେଳେ ଜଣେ ବଙ୍ଗୀୟ ଯୁବକ ରାଜୁ ମଣ୍ଡଳଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ଜେରା କରୁଛି ପୋଲିସ୍ ।

ସେପଟେ ରାଜୁ ଗିରଫ ହେବା ପରେ ପରିବାରଲୋକେ ରାଜୁ ନିଖୋଜ ହୋଇଯିବା ନେଇ ପଶ୍ଚିମବଙ୍ଗ ଥାନାରେ ଅଭିଯୋଗ କରିଥିଲେ । ମାମଲା ରୁଜ୍ଜୁ କରି ପଶ୍ଚିମବଙ୍ଗ ପୋଲିସ ରାଜୁର ମୋବାଇଲ ନମ୍ବର ଟ୍ରାକ କରିବା ପରେ ଏହାର ଲୋକେଶନ୍ ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଦେଖାଇଥିଲା । ଯାହାପରେ ପଶ୍ଚିମବଙ୍ଗ ପୋଲିସ ଲକ୍ଷ୍ମସାଗର ଥାନା ପୋଲିସଙ୍କ ସହ କଥା ହୋଇ ରାଜୁ ଗିରଫ ହୋଇଥିବା ସୂଚନା ପାଇଥିଲେ । ଏହାପରେ ପୋଲିସ ରାଜୁର ପରିବାର ଲୋଙ୍କୁ ମଧ୍ୟ ଏହି ସୂଚନା ଦେଇଥିଲେ ।

ରାଜୁର ପରିବାର ଲୋକେ ସୂଚନା ପାଇ ଓକିଲଙ୍କ ସହ ଲକ୍ଷ୍ମୀ ସାଗର ଥାନାରେ ଆସି ପହଞ୍ଚିଥିଲେ । ଏହାପରେ ପୋଲିସ୍ ତାଙ୍କୁ ରାଜୁ ଗିରଫ ନେଇ ସବିଶେଷ ସୂଚନା ଦେଇଥିଲେ । ଏଥିସହିତ ପରିବାର ଲୋକଙ୍କୁ ମଧ୍ୟ ରାଜୁ ସମ୍ପର୍କରେ ଅଧିକ ପଚରାଉଚରା ଜାରି ରଖିଛି ଲକ୍ଷ୍ମୀସାଗର ପୋଲିସ ।

ତେବେ କହିରଖୁଛୁ, କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ଆଗରେ ସିମ୍ ବକ୍ସ ଆଣିବା ଠାରୁ ଲଗାଇବା ପର୍ଯ୍ୟନ୍ତର ସବୁ ମିଷ୍ଟ୍ରିକୁ ଖୋଲିଛି ଗିରଫ ରାଜୁ ମଣ୍ଡଳ । ପ୍ରଥମେ ଭୁବନେଶ୍ବର ଓ କଟକରେ ସିମ୍ ବକ୍ସ ଠାବ ପରେ ଏହାର ଲିଙ୍କ ଝାଡଖଣ୍ଡ ଥିବା ନେଇ ସନ୍ଦେହରେ ଝାଡଖଣ୍ଡରେ ପହଞ୍ଚିଥିଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ । ସେଠି ଝାଡଖଣ୍ଡର ରାଞ୍ଚିର ମୌଲାନା ଆଜାଦ କଲୋନୀ ଗଳି ନମ୍ବର- ୧୫ରେ ଏକ ୪ ମହଲା କୋଠାର ଉପର ମହଲାରେ ପାଞ୍ଚ ପାଞ୍ଚଟି ସିମ୍‌ ବକ୍ସ ଲାଗିଥିବା ଠାବ କରିଥିଲା ପୋଲିସ୍ ।

Comments are closed.