Latest Odisha News

BREAKING NEWS

ଗାଁ ଦାଣ୍ଡରେ ଜ୍ୱାଇଁଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ବୌଦ୍ଧ: ଗାଁ ଦାଣ୍ଡରେ ଜ୍ୱାଇଁଙ୍କୁ ପିଟିପିଟି ହତ୍ୟା । କାକା ଶ୍ୱଶୁର ଓ ୨ ଶାଳକ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ।  ବୌଦ୍ଧ ବାଉଁଶୁଣି ଥାନା ଅନ୍ତର୍ଗତ ବଲାକିରା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଗୋବର୍ଦ୍ଧନ ଖଟୁଆ। ଗୋବର୍ଦ୍ଧନଙ୍କୁ ତାଙ୍କର କାକା ଶ୍ୱଶୁର ଓ ୨ ଶାଳକ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଅଭିଯୁକ୍ତମାନେ ହେଲେ ପବିତ୍ର ପ୍ରଧାନ, ବିଷ୍ଣୁ ପ୍ରଧାନ ଓ ବ୍ରହ୍ମା ପ୍ରଧାନ। ବକେୟା ଟଙ୍କା ମାଗିବା ପାଇଁ ଗୋବର୍ଦ୍ଧନ  କାକା ଶ୍ୱଶୁରଙ୍କ ଘରକୁ ଯାଇଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗୋବର୍ଦ୍ଧନଙ୍କୁ କାଠ ଫାଳିଆରେ ପିଟି ଥିଲେ।

ଗୁରୁତର ଅବସ୍ଥାରେ ଗୋବର୍ଦ୍ଧନଙ୍କୁ ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଅଭିଯୁକ୍ତ ମାନେ ଫେରାର ଅଛନ୍ତି।  ପୋଲିସ ଘଟଣାର ତଦନ୍ତ ଚଳାଇଛି।

Comments are closed.