Latest Odisha News

BREAKING NEWS

୮ ଦିନରେ ୫ କଏଦୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀ ତିହାର ଜେଲରେ ଅଭାବନୀୟ ଘଟଣା । ଜେଲରେ ୮ ଦିନରେ ୫ ଜଣ କଏଦୀଙ୍କ ମୃତ୍ୟୁ ଘଟିଛି । ଘଟଣା ପରେ ଅନ୍ତେବାସୀଙ୍କ ମନରେ କକୁଆ ଭୟ ଖେଳିଯାଇଛି । କଏଦୀଙ୍କ ମୃତ୍ୟୁକୁ ନେଇ ଏବେ ଚିନ୍ତାରେ ଜେଲ ପ୍ରଶାସନ ।

ଗତ ଶୁକ୍ରବାର ଜଣେ କଏଦୀଙ୍କର ମୃତ୍ୟୁ ହୋଇଥିଲା । ମୃତ କଏଦୀଙ୍କ ନାଁ ଭିକି ବୋଲି ସୂଚନା ରହିଛି । ଭିକିଙ୍କ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିବା ନେଇ ଜେଲ ପକ୍ଷରୁ ସୂଚନା ମିଳିଛି । ୧୭୬ ଧାରା ଅନୁସାରେ ତଦନ୍ତ ଚାଲିଛି ।

ତିହାର ଜେଲ ଦେଶର ସବୁଠାରୁ ସୁରକ୍ଷିତ ଜେଲ । ହେଲେ ଗତ ୮ ଦିନରେ ୫ଜଣ କଏଦୀଙ୍କ ମୃତ୍ୟୁ ପ୍ରଶାସନ ପାଇଁ ମୁଣ୍ଡବଥାର କାରଣ ପାଲଟିଛି । ସବୁ କଏଦୀଙ୍କର ମୃତ୍ୟୁ ପ୍ରାକୃତିକ ବୋଲି କୁହାଯାଇଛି । ଅନ୍ୟପଟେ ଥଣ୍ଡା କାରଣରୁ କଏଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଥଣ୍ଡାରୁ କଏଦୀଙ୍କୁ ରକ୍ଷା କରିବା ପାଇଁ କଏଦୀଙ୍କ ବାରାକର ପ୍ରତ୍ୟେକ ଦ୍ୱାରରେ ପ୍ଲାଷ୍ଟିକର ଚାଦରରେ ଆଚ୍ଛାଦିତ କରାଯାଇଛି ।

Leave A Reply

Your email address will not be published.