Latest Odisha News

ନବଜାତ ଶିଶୁର ମୃତ୍ୟୁ ପାଇଁ ଡାକ୍ତରଙ୍କୁ ଦାୟୀ କଲେ ପରିବାର ଲୋକେ

ନିଆଳି: ନବଜାତ ଶିଶୁର ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ଦାୟୀ କଲେ ସ୍ଥାନୀୟ ଲୋକେ । ଚିକିତ୍ସା ଅବହେଳାରୁ ନବଜାତ ଶିଶୁଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଏନେଇ ନବଜାତ ଶିଶୁର ମୃତ୍ୟୁକୁ ନେଇ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖାଦେଇଥିଲା ଉତ୍ତେଜନା । ପୁରୀ ଜିଲ୍ଲା ନିମାପଡ଼ା ଥାନା ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ମାସରେ ତିନି ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ସୂଚନା ଅନୁଯାୟୀ ତୁଳସୀପୁର ପଞ୍ଚାୟତ ଭଇଁଚି ଗୋରଡି ଗ୍ରାମର ମାନସ ଦାଶଙ୍କ ସ୍ତ୍ରୀ ମଧୁସ୍ମିତା ଦାଶ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ନବଜାତ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ନବ ଜାତ ଶିଶୁର ମୃତ୍ୟୁ ପରେ ପରିବାର ଲୋକେ ଶିଶୁର ମୃତ୍ୟୁ ପାଇଁ ଡାକ୍ତର ଦାୟୀ ବୋଲି ଦାବି କରିଥିଲେ  । ପ୍ରତିବାଦରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ପରେ ଶିଶୁପୁତ୍ର ଅତ୍ୟଧିକ କ୍ଷୀର ପାନ ପାଇଁ ମୃତ୍ୟୁ ହୋଇଛି ବୋଲି ମୁଖ୍ଯ ଚିକିତ୍ସା ଅଧିକାରୀ କହିଥିଲେ ।

ତେବେ ଗତ ଏକ ମାସ ମଧ୍ୟରେ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ତିନି ଶିଶୁ ମୃତ୍ୟୁ ହେବା ଘଟଣା ପଛରେ କେବଳ ଡାକ୍ତରଙ୍କ ଅବହେଳା ରହିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏନେଇ ଘଟଣାର ତଦନ୍ତ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।

Leave A Reply

Your email address will not be published.