Latest Odisha News

ଗୋଆ ଉପକୂଳରେ ଖସି ପଡ଼ିଲା ଯୁଦ୍ଧ ବିମାନ MiG 29K

ପାଣାଜୀ: ଗୋଆ ଉପକୂଳରେ ଯୁଦ୍ଧ ବିମାନ MiG 29K ଖସି ପଡ଼ିଛି । ବୁଧବାର ସମୁଦ୍ରକୁ ଖସି ପଡ଼ିଛି ଏହି ଯୁଦ୍ଧ ବିମାନଟି । ତେବେ ବିମାନର ପାଇଲଟ୍ ସୁରକ୍ଷିତ ଉଦ୍ଧାର ହୋଇଥିବା ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି ।

ନିୟମିତ ଉଡ଼ାଣ ବେଳେ ଗୋଆ ସମୁଦ୍ରରେ ଏହି ଅଘଟଣ ଘଟିଛି । ଯାନ୍ତ୍ରିକ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ତେବେ ଦୁର୍ଘଟଣାର କାରଣ ଜାଣିବା ପାଇଁ ବୋର୍ଡ ଅଫ୍ ଇନକ୍ୱାରୀ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ୨୦୧୯ ପରେ ଚତୁର୍ଥ ଥର ପାଇ MiG 29K ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।

Leave A Reply

Your email address will not be published.