Latest Odisha News

BREAKING NEWS

ଶରଧାବାଲିରେ ଦଳାଚକଟା; ମୃତ ମହିଳାଙ୍କ ପରିବାରକୁ ମିଳିଲା ସହାୟତା

ଖୋର୍ଦ୍ଧା: ପୁରୀର ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ଦଳାଚକଟା କାରଣରୁ ୩ ଜଣଙ୍କର ମୃତ୍ୟୁଘଟିଛି । ଗତକାଲି ପ୍ରଭାତୀ ଦାସଙ୍କ ପରିବାରବର୍ଗଙ୍କୁ ଭେଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିବାବେଳେ, ଆଜି ଖୋର୍ଦ୍ଧାର ମୃତ ମହିଳା ବାସନ୍ତୀ ସାହୁଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି ।

ଏହି ଘଟଣାରେ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମର ବାସନ୍ତୀ ସାହୁଙ୍କର ମୃତ୍ୟୁ ଘଟିଥିବାବେଳେ, ବୁଧବାର ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମୃତ ମହିଳାଙ୍କ ଘରେ ପହଞ୍ଚି ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ସହ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇଥିଲେ ।

ଆଇନ ମନ୍ତ୍ରୀଙ୍କ ସହ ବେଗୁନିଆ ବିଧାୟକ ପ୍ରଦୀପ ସାହୁ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ମାହାଙ୍ଗା ବିଧାୟକ ସାରଦା ପ୍ରଧାନ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।

ସେପଟେ, ଦଳାଚକଟା ଘଟଣାର ବିସ୍ତୃତ ତଦନ୍ତ ପାଇଁ ଉନ୍ନୟନ କମିଶନର-କମ୍-ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗଙ୍କୁ ସହାୟତା କରିବେ ଓଏଏସ ଅଧିକାରୀ । ଏଥିପାଇଁ ବୁଧବାର ଓଡ଼ିଶା ସରକାର ଚାରି ଜଣ ଓଏଏସ ଅଧିକାରୀଙ୍କ ଏକ କମିଟି ଗଠନ କରିଛନ୍ତି । ସେହି ଅଧିକାରୀମାନେ ହେଉଛନ୍ତି- GA ଏବଂ PG ବିଭାଗ, ଇଷ୍ଟେଟ ଯୁଗ୍ମ ନିର୍ଦ୍ଦେଶକ ଏବଂ ଅତିରିକ୍ତ ସଚିବ ମାନସ ରଞ୍ଜନ ସାମଲ । ବିନୟ କୁମାର ଦାଶ, ସରକାରଙ୍କ ଅତିରିକ୍ତ ସଚିବ, H & UD ବିଭାଗ । ରଶ୍ମି ରଞ୍ଜନ ନାୟକ, ସରକାରଙ୍କ ଅତିରିକ୍ତ ସଚିବ, ଜଳ ସମ୍ପଦ ବିଭାଗ । ପ୍ରଦୀପ କୁମାର ସାହୁ, ସରକାରଙ୍କ ଅତିରିକ୍ତ ସଚିବ, ପୂର୍ତ୍ତ ବିଭାଗ । ଜିଏ ଏବଂ ପିଜି ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ଚାରି ଜଣ ଜୁଲାଇ ୮ ପର୍ଯ୍ୟନ୍ତ ପୁରୀରେ ରହିବେ ।

Comments are closed.