Latest Odisha News

BREAKING NEWS

ଢେଙ୍କାନାଳ ଗୁଳିକାଣ୍ଡ ଘଟଣା: ୱାର୍ଡମେମ୍ବରଙ୍କୁ ହତ୍ୟା ପରେ ପ୍ରତିଶୋଧ ନେଲେ ମୃତକଙ୍କ ପରିବାର

ଢେଙ୍କାନାଳ : ଉଗ୍ର ହେଲା ଢେଙ୍କାନାଳ ଗୁଳିକାଣ୍ଡ ଘଟଣା । ୱାର୍ଡମେମ୍ବରକୁ ଗୁଳିମାରିବା ପରେ, ମୁଖ୍ୟ ଅଭିଯୁକ୍ତଙ୍କ ପରିବାର ଉପରେ ମଧ୍ୟ ଆକ୍ରମଣ କରାଯାଇଛି । ଗୁଳିମାଡର ପ୍ରତିଶୋଧ ନେଇଛନ୍ତି ମୃତକଙ୍କ ପରିବାର ଲୋକ । ତେବେ ଅଭିଯୁକ୍ତ ନୁରୁ ନାୟକଙ୍କ ଘରେ ପଶି ତାଙ୍କ ପତ୍ନୀ ଓ ପୁଅକୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି ।

ପୂର୍ବ ଶତ୍ରୁତା ଓ ପୋଖରୀ ଖୋଳାକୁ ନେଇ ପ୍ରଥମେ ଗୁଳିକାଣ୍ଡ ଘଟିଥିଲା । ଢେଙ୍କାନାଳ ସଦର ଥାନା କନ୍ଧପାଲ ଗାଁର ଦଳେଇ ନାୟକଙ୍କୁ ହତ୍ୟା କରାଯାଇଥିଲା । ଗୁଳି ମାଡ କରିବା ପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପ୍ରଥମେ ଗାଁରେ ପୋଖରୀ ଖୋଳାକୁ ନେଇ ଉତ୍ତେଜନା ଦେଖାଦେଇଥିଲା ।

ଦଳେଇ ନାୟକ ୱାର୍ଡ ମେମ୍ବର ହୋଇଥିବାରୁ ପୋଖରୀ ଖୋଳିବା ପାଇଁ ବାରଣ କରିଥିଲେ । ଏହାକୁ ନେଇ ଯୁକ୍ତିତର୍କ ହେବାରୁ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଗୁଳିମାଡ଼ କରିଥିବା ବ୍ୟକ୍ତି ପୂର୍ବରୁ ମଧ୍ୟ ଦଳେଇଙ୍କୁ ମାରି ଦେବାକୁ ଧମକ ଦେଇଥିବା ତାଙ୍କ ଭଉଣୀ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଢେଙ୍କାନାଳ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.