Latest Odisha News

ଲାଲଗଡ଼ରେ ପୁଣି ହେଲା ଏୟାର ଷ୍ଟ୍ରାଇକ୍

ଲାଲଗଡ଼ରେ ପୁଣି ହେଲା ଏୟାର ଷ୍ଟ୍ରାଇକ୍ । ଛତିଶଗଡ଼ ସୁକୁମା ଜଙ୍ଗଲରେ ମାଓବାଦୀ ଶିବିରରେ ଡ୍ରୋନ ଯୋଗେ ବୋମାମାଡ଼ ଅଭିଯୋଗ ।

ଛତିଶଗଡ଼ ସୁକମା ଜଙ୍ଗଲରେ ମାଓବାଦୀଙ୍କ ଶିବିର ଉପରେ ଡ୍ରୋନ ଯୋଗେ ବୋମାମାଡ କରାଯାଇଥିବା ମାଓ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ୧୪ ଓ ୧୫ ତାରିଖରେ ଏହି ଏୟାର ଷ୍ଟ୍ରାଇକ୍ ହୋଇଥିବା ଅିଭଯୋଗ ହୋଇଛି ।

ବିଳମ୍ବିତ ରାତିରେ ସୁକୁମା ଜିଲ୍ଲାର ଦୁର୍ଗମ କୋଟ୍ଟମ, ରାସମ, ଏରାମ, ସାକିଲେର, ମଡପା ଆଦି ସ୍ଥାନରେ ୫୦ରୁ ଅଧିକ ବୋମା ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ପ୍ରବକ୍ତା ବିକଳ୍ପ ପ୍ରେସ୍ ବିବୃତିରେ ଫଟୋ ଜାରି କରି ଏଥିପାଇଁ ଛତିଶଗଡ଼ ପୋଲିସକୁ ଦାୟୀ କରିଛନ୍ତି ।

Leave A Reply

Your email address will not be published.