Latest Odisha News

ଫାର୍ଷ୍ଟ୍ କ୍ଲାସ ଏସି କୋଚରୁ ନେଉଥିଲେ ବେଡସିଟ ଓ କମ୍ବଳ, ଧରିଲେ କର୍ମଚାରୀ…

ନୂଆଦିଲ୍ଲୀ: ପୁରୁଷୋତ୍ତମ ଏକ୍ସପ୍ରେସର ଫାର୍ଷ୍ଟ୍ କ୍ଲାସ ଏସି କୋଚରେ ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ବେଡରୋଲ ଚୋରି କରୁଥିବାର ଅଭିଯୋଗ ବାରମ୍ବାର ହେଉଥିବା ନଜର ଆସିଛି।

ତେବେ ଏପରି କିଛି ଘଟଣାକୁ ନେଇ ବର୍ତ୍ତମାନ୍ ଅନଲାଇନରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଟ୍ରେନ ଓଡ଼ିଶାର ପୁରୀ ଏବଂ ନୂଆଦିଲ୍ଲୀ ମଧ୍ୟରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଏବଂ ଉତ୍ତର ପ୍ରଦେଶ ଭଳି ରାଜ୍ୟ ଦେଇ ଚଳାଚଳ କରିଥାଏ। ଭାଇରାଲ ଭିଡିଓରେ ଏକ ପ୍ଲାଟଫର୍ମରେ କିଛି ଲୋକ ନିଜ ଲଗେଜରେ ରେଳବାଇ ଦ୍ବାରା ଦିଆଯାଇଥିବା ବେଡସିଟ୍ ଏବଂ କମ୍ବଳ ପ୍ୟାକ୍ କରୁଥିବାର ନଜର ଆସିଛନ୍ତି। ଏହାକୁ ନେଇ ସେମାନଙ୍କୁ ପ୍ରଶ୍ନ କରାଯିବାରୁ ସେମାନେ ଭୁଲରେ ଏପରି କରିଛନ୍ତି ବୋଲି କହିଥିଲେ। ଯାହା ପରେ ରେଳ  କର୍ମଚାରୀ ଏବଂ ପରିବାର ଲୋକଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା।

ସୋସିଆଲ ମିଡିଆରେ ଏହାକୁ ୟୁଜର୍ସ ତୀବ୍ର ସମାଲୋଚନା କରିଛନ୍ତି। ଏହିପରି ଲୋକମାନଙ୍କ ପାଇଁ ଭାରତ, ବିଶ୍ୱରେ ଲଜ୍ଜାର ସମ୍ମୁଖୀନ ହେଉଥିବା ନେଇ କିଛି ୟୁଜର୍ସ କମେଣ୍ଟ ଦେଇଛନ୍ତି।

ତେବେ ଭାରତୀୟ ରେଳବାଇ ପୂର୍ବରୁ ହିଁ ଅଧିକ ଭିଡ଼, ପରିଷ୍କାର ପରିଚ୍ଛନ୍ନତା ଏବଂ ଖାଦ୍ୟ ଗୁଣବତ୍ତା ଭଳି ସମସ୍ୟାକୁ ନେଇ ସମାଧାନର ରାସ୍ତା ବାହାର କରିଚାଲିଥିବା ବେଳେ ଏପରି ଚୋରି ଅଭିଯୋଗ ବର୍ତ୍ତମାନ ରେଳବାଇ ପାଇଁ ଚ୍ୟାଲେଞ୍ଜର ବିଷୟ ବୋଲି କୁହାଯାଇଛି।

 

 

Comments are closed.