Latest Odisha News

ଲୋକପ୍ରିୟ ଅଭିନେତ୍ରୀ ଆଶା ଶର୍ମାଙ୍କ ଦେହାନ୍ତ

ନୂଆଦିଲ୍ଲୀ: ୮୮ ବର୍ଷୀୟ ଅଭିନେତ୍ରୀ ଆଶା ଶର୍ମାଙ୍କ ଦେହାନ୍ତ ହୋଇଛି। ସିନେ ଏବଂ ଟିଭି କଳାକାର ସଂଘ ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଏକ ପୋଷ୍ଟ ସେୟାର କରିଛନ୍ତି। ତେବେ ଅଭିନେତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ।

ଆଶା ଶର୍ମା ଅନେକ ଟିଭି ସୋ ଏବଂ ଚଳଚ୍ଚିତ୍ରରେ ମଧ୍ଯ କାମ କରିଛନ୍ତି। ତାଙ୍କୁ ୨୦୨୩ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ଆଦିପୁରୁଷ’ରେ ଶବରୀ ଭୂମିକାରେ ଦେଖିବାକୁ ମିଳିଥିଲେ।

ଆଶା ଶର୍ମା ୧୩ ବର୍ଷ ବୟସରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ଚଳଚ୍ଚିତ୍ର ଏବଂ ଟିଭି ଶୋ’ରେ ମା ଏବଂ ଜେଜେମା ଭୂମିକା ପାଇଁ ବେଶ ଜଣାଶୁଣା। ସେ ଧର୍ମେନ୍ଦ୍ର ଏବଂ ହେମା ମାଳିନୀଙ୍କ ଫିଲ୍ମ ‘ଦୋ ଦିଶାୟେଁ’ରେ ମଧ୍ୟ କାମ କରିଥିଲେ। ଏହି ଚଳଚ୍ଚିତ୍ରରେ ପ୍ରେମ ଚୋପ୍ରା, ଅରୁଣା ଇରାନୀ ଏବଂ ନିରୁପା ରୟଙ୍କ ଭଳି କଳାକାର ମଧ୍ୟ ଅଭିନୟ କରିଥିଲେ।

ଏହା ବ୍ୟତୀତ ଆଶା ଶର୍ମା ମୁଝେ କୁଛ କେହେନା ହେଁ, ପ୍ୟାର ତୋ ହୋନା ହି ଥା ଏବଂ ହମ ତୁମହାରେ ହେ ସନମ ଭଳି ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିଥିଲେ। ଏହା ବ୍ୟତୀତ ମନ କି ଆବାଜ ପ୍ରତିଜ୍ଞା, କୁମକୁମ୍ ଭାଗ୍ଯ ଭଳି ଲୋକପ୍ରିୟ ଟିଭି ଶୋ’ ରେ ନଜର ଆସିଥିଲେ।

 

Comments are closed.