Latest Odisha News

BREAKING NEWS

ସରିଲା ବ୍ରହ୍ମପୁରର ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା, ଶାଶୁ ଘରକୁ ଫେରିଲେ ମାଆ ସାଆନ୍ତାଣୀ

ବ୍ରହ୍ମପୁର: ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ବାପା ଘରେ ନଅ ଦିନ ରହଣୀ ପରେ ପାଟ, ପାଟୁଆରରେ ଶାଶୁ ଘରକୁ ଫେରିଛନ୍ତି ମାଆ ସାଆନ୍ତାଣୀ । ଗତକାଲି ଅସ୍ଥାୟୀ ମଣ୍ଡପରୁ ବିଳମ୍ବିତ ରାତିରେ ରୀତିନୀତି ଅନୁସାରେ ମନ୍ଦିରକୁ ବାହୁଡ଼ିଛନ୍ତି ମାଆ ବୁଢ଼ୀ ଠାକୁରାଣୀ । କେବଳ ପୂଜକ ଓ ମାଆଙ୍କ ନୀତିରେ ଆବଶ୍ୟକ ଲୋକ ସାମିଲ ଥିଲେ ।

ଚଳିତବର୍ଷ କୋଭିଡ୍ କଟକଣା ଭିତରେ ଅନୁଷ୍ଠିତ ହୋଇଛି ବୁଢ଼ୀ ଠାକୁରାଣୀ ଯାତ୍ରା । ନିୟମ ଅନୁସାରେ ମାଆଙ୍କ ବିଦାୟ ବେଳେ ସାଥିରେ ଯୌତୁକ ଭାର ଯାଇଥାଏ । ସେହି ପରମ୍ପରାକୁ ବଜାୟ ରଖି ଯୌତୁକ ମଧ୍ୟ ପଠାଯାଇଥିଲା।  କୋଭିଡ୍ କଟକଣା ଯୋଗୁଁ ଚଳିତ ଥର ଘଟ ଯାତ୍ରା ବନ୍ଦ ରଖାଯାଇଥିଲା ।

ସେହିପରି ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଯାତ୍ରାର ଶେଷ ଚାରି ଦିନ ସର୍ବସାଧାରଣ ଦର୍ଶନ ଉପରେ କଟକଣା ଲାଗିଥିଲା । ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାକୁ ଶାନ୍ତିଶୃଙ୍ଖଳାରେ ସମାପନ କରିବା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା । ମାଆଙ୍କ ଆଗମନ ପାଇଁ ପୁଣି ଦୁଇ ବର୍ଷ ଅପେକ୍ଷା କରିବାକୁ ହେବ ।

Leave A Reply

Your email address will not be published.