Latest Odisha News

BREAKING NEWS

ବ୍ରିଟେନର ରେଡ୍ ଲିଷ୍ଟରେ ଭାରତ, ଆମେରିକା ବି ଲଗାଇଲା କଟକଣା

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ୱିତୀୟ ଲହର ପ୍ରତିଦିନ ସଂକ୍ରମଣ ମାମଲା ବୃଦ୍ଧି କରି ଚାଲିଛି । ଗତକାଲି ଦେଶରେ ୨ ଲକ୍ଷ ୭୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯାହାକି ଏଯାବତ୍ ଚିହ୍ନଟ ସର୍ବାଧିକ ଦୈନିକ ସଂକ୍ରମଣ ମାମଲା । ବଢ଼ୁଥିବା ସଂକ୍ରମଣକୁ ଦେଖି ବ୍ରିଟେନ ଭାରତକୁ ରେଡ୍ ଲିଷ୍ଟରେ ରଖିଛି । ଅନ୍ୟପଟେ ଭାରତ ଯାତ୍ରା ନ କରିବା ଲାଗି ଆମେରିକା ତାର ନାଗରିକଙ୍କୁ କହିଛି ।

ମହାମାରୀ ବେଶ୍ ଭୟାନକ ହେଉଛି । ତେଣୁ ଆମରିକୀୟ ନାଗରିକ ଭାରତ ଗସ୍ତ ନକରିବା ଲାଗି ୱାଶିଂଟନ କହିଛି । ଯଦି ଯାତ୍ରା ଅତ୍ୟାବଶ୍ୟକୀୟ ତେବେ କରୋନାର ଦ୍ୱିତୀୟ ଡୋଜ୍ ଟିକା ନେଇ ଯିବାକୁ ଆମେରିକା ତାର ନାଗରିକଙ୍କୁ ଉପଦେଶ ଦେଇଛି ।

ବ୍ରିଟେନ୍ ଭାରତକୁ ରେଡ୍ ଲିଷ୍ଟରେ ରଖିବା ପରେ ଭାରତରୁ କେହି ବ୍ରିଟେନ୍ ଯାଇ ପାରିବେ ନାହିଁ ଏବଂ ସେହିଭଳି ବ୍ରିଟେନରୁ କେହି ଭାରତ ଆସି ପାରିବେ ନାହିଁ । ଏଥିସହ ବିଦେଶରୁ ଫେରୁଥିବା ବ୍ରିଟେନ ଲୋକଙ୍କୁ ୧୦ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି ।

Leave A Reply

Your email address will not be published.