Latest Odisha News

ପରଲୋକରେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥ…

କଟକ: ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥଙ୍କର ରବିବାର ରାତି ୯ଟା ୧୫ ମିନିଟ ସମୟରେ କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା ।

ମିଳିଥିବା ସୂଚନାନୁଯାୟୀ, ସ୍ୱର୍ଗତଃ ରଥ ଦୀର୍ଘଦିନ ଧରି ଅସୁସ୍ଥ ରହି ଚିକିତ୍ସିତ ହେଉଥିଲେ । ମୃତ୍ୟୁ ସମୟରେ ବାସୁଦେବ ରଥଙ୍କ କନ୍ୟା ବିଦିଶା ଉପସ୍ଥିତ ରହିଥିଲେ ।

ବାସୁଦେବ ରଥଙ୍କ ମୃତ୍ୟୁରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି । ସ୍ୱର୍ଗତଃ ରଥ ଅନେକ ମନଛୁଆଁ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଯାହାକି ଆଜି ମଧ୍ୟ ଶ୍ରୋତାମାନଙ୍କ ନିକଟରେ ହୃଦୟସ୍ପର୍ଶୀ ହୋଇପାରିଛି ।

ସ୍ୱର୍ଗତଃ ରଥ ଲୋକପ୍ରିୟ ଓଡ଼ିଆ ଓଡ଼ିଆ ଚଳଚ୍ଚିତ୍ର ‘ଚିହ୍ନା ଅଚିହ୍ନା’ ର ‘ଝୁମକା ତୁ’ତ ଟିକେ ହଲେଇ ଦେ…’ ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ନିର୍ଦ୍ଦେଶନାରେ ଯେଉଁ ଫିଲ୍ମର ଗୀତ ଗୁଡ଼ିକ ଆଜିଯାଏଁ ଶ୍ରୋତାଙ୍କ ମନ ଭିତରେ ରହିଛି ସେହି ଫିଲ୍ମ ଗୁଡ଼ିକ ହେଲା – ସଉତୁଣୀ, ସାକ୍ଷୀ ଗୋପୀନାଥ, ଚିହ୍ନା ଅଚିହ୍ନା ପରି ଚଳଚ୍ଚିତ୍ର ।

Leave A Reply

Your email address will not be published.