Latest Odisha News

BREAKING NEWS

ମଧୁମେହରୁ ଉପଶମ ଲାଗି ଖାଆନ୍ତୁ ଏହିସବୁ ଫଳ…

ଭୁବନେଶ୍ୱର: ଆଜିକାଲି ଘରେ ଘରେ ଡ଼ାଇବେଟିସ୍ ବା ମଧୁମେହ ରୋଗୀ ପୀଡ଼ିତ ଅଛନ୍ତି । ସାଧାରଣତଃ ଅନେକ ଖାଦ୍ୟର କଟକଣାକୁ ମାନି ନ’ଥାଆନ୍ତି ମଧୁମେହ ରୋଗୀ । ଏପରି ଅନେକ ଫଳ ରହିଛି ଯାହାକୁ ଦୈନିକ ଖାଇଲେ ମଧୁମେହ ରୋଗୀଙ୍କର କୌଣସି ଅସୁବିଧା ହୋଇ ନଥାଏ ।

ଅଙ୍ଗୁର – ମଧୁମେହ ରୋଗୀଙ୍କ ପାଇଁ ଆଉ ଏକ ଉପକାରୀ ଫଳ ହେଉଛି ଅଙ୍ଗୁର। ଅଙ୍ଗୁର ଶରୀରରେ ଗ୍ଲୁକୋଜର ସ୍ତରକୁ ନିୟନ୍ତ୍ରିତ କରିଥାଏ । ଆହୁରି ମଧ୍ୟ ଶରୀରରେ ମେଟାବୋଲିକ୍ ସିଣ୍ଡ୍ରେମକୁ କ୍ଷତି ହେବାରୁ ରକ୍ଷା କରିଥାଏ ।

ସେଓ- ସେଓ ହେଉଛି ଅନ୍ୟ ଏକ ଫଳ,ଯେଉଁଥିରେ ଆଣ୍ଟିଅକ୍ସିଡାଣ୍ଟ୍ ରହିଥାଏ । ଯାହା ଶରୀରରୁ କୋଲେଷ୍ଟ୍ରୋଲର ମାତ୍ରାକୁ କମ କରିଥାଏ । ଏଥିସହିତ ସେଓ ସେବନ ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ ।। ଏଣୁ ଏହାକୁ ଚୋବାଇ ଖାଇବା ଭଲ।

ଡାଳିମ୍ବ- ଡାଳିମ୍ବ ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଏକ ଉପକାରୀ ଫଳ ସଦୃଶ୍ୟ । ଏହା ସେବନ ଦ୍ୱାରା ଶରୀରରେ ବ୍ଲଡ ସୁଗାରର ସ୍ତରକୁ ମଧ୍ୟ କମ୍ କରିବାରେ ସହାୟକ ହୋଇଥାଏ ।

ଜାମୁକୋଳି- ଜାମୁକୋଳି ମଧୁମେହ ରୋଗୀଙ୍କ ପାଇଁ ମହୌଷଧି ସଦୃଶ। ଗୋଟିଏ କପ୍ ଜାମୁକୋଳିରେ ମାତ୍ର ୭ ଗ୍ରାମ୍ ସୁଗାର ରହିଥାଏ। ଏଥିସହିତ ଏହାର ମଞ୍ଜିକୁ ବାଟିକି ସେବନ କଲେ ଏହା ଡାଇବେଟିସକୁ କଣ୍ଟ୍ରୋଲ ମଧ୍ୟ କରିଥାଏ ।

କମଳା- କମଳା ହେଉଛି ଏଭଳି ଏକ ଫଳ ଯେଉଁଥିରେ ମାତ୍ର ୧୨ ଗ୍ରାମ୍ ସୁଗାର୍ ଓ ୭ କ୍ୟାଲୋରି ଥାଏ। ଏହା ରକ୍ତଚାପ ନିୟନ୍ତ୍ରଣ ମଧ୍ୟ କରିଥାଏ ଏବଂ କମଳା ଖାଇବା ଫଳରେ ଶରୀରରେ ଭିଟାମିନ୍ ସି’ର ମାତ୍ରା ବଢିଥାଏ ।

 

Leave A Reply

Your email address will not be published.