Latest Odisha News

BREAKING NEWS

ଶ୍ରୀକ୍ଷେତ୍ରରେ ଶ୍ରୀରାଧା-ଶ୍ରୀକୃଷ୍ଣ; ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ସାକ୍ଷୀଗୋପାଳ !

ପୁରୀ: ଶ୍ରୀକୃଷ୍ଣ-ଶ୍ରୀରାଧାଙ୍କ ଅତ୍ୟନ୍ତ କମନୀୟ ମୂର୍ତ୍ତି ଶ୍ରୀମନ୍ଦିରରେ ପୂଜିତ ହେଉଛନ୍ତି । ଶ୍ରୀମନ୍ଦିରରେ ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କୁ ଦେଶବିଦେଶରୁ ଆସିଥିବା ହଜାର ହଜାର ଶ୍ରୀକୃଷ୍ଣଭକ୍ତମାନେ ଦର୍ଶନ କରି ନିଜକୁ କୃତାର୍ଥ କରିଥାଆନ୍ତି । ଶ୍ରୀମନ୍ଦିରସ୍ଥ ପଶ୍ଚିମ ପାଶ୍ୱର୍ ଭିତର ବେଢ଼ାର ପୂର୍ବ ମୁହାଁ ହୋଇ ସାକ୍ଷୀଗୋପାଳ ମନ୍ଦିରରେ ସାକ୍ଷୀଗୋପାଳ ଓ ଶ୍ରୀରାଧାଙ୍କ ବିଗ୍ରହ ସୁନ୍ଦର ରୂପେ ସ୍ଥାପନ କରାଯାଇ ପୂଜା କରାଯାଉଛି । ପୁରୁଷୋତମ ଦେବ ଗଜପତିଙ୍କ କାଂଚି ଅଭିଯାନରୁ ଅଣାଯାଇ ଥିବା ସାକ୍ଷୀ ଗୋପୀନାଥ ବିଗ୍ରହ ପ୍ରଥମେ ଏଠାରେ ପୂଜା ପାଉଥିଲେ । ଏହାପରେ ଠାକୁରଙ୍କୁ ସାକ୍ଷୀଗୋପାଳ ସତ୍ୟବାଦୀକୁ ସୁଉଚ୍ଚ ନିର୍ମାଣ କରାଯାଇ ସ୍ଥାନାନ୍ତରିତ କରାଯିବା ପରେ ଏହି ବିଗ୍ରହକୁ ପରେ ସ୍ମାରକୀ ଉପାସନା ନିମନ୍ତେ ସ୍ଥାପନ କରାଯାଇଛି । କାର୍ତିକ ଶୁକ୍ଳ ଅଁଳା ନବମୀ ଓ ରାଧା ପାଦ ଦର୍ଶନ କରିବାକୁ ଏଠାରେ ପ୍ରବଳ ଭିଡ ହୁଏ ।

ଗୋଟିଏ କୋଠରୀ ମଧ୍ୟରେ ୪ ଫୁଟର ବିଗ୍ରହ ସାକ୍ଷୀଗୋପାଳ ଓ ରାଧା କଳା ମୁଗୁନି ପ୍ରସ୍ତରରେ ନିର୍ମିତ । ଓଡିଶା ସରକାର ସୂଚନା ପୁସ୍ତିକାରେ ଏହି ତଥ୍ୟ ଉଲ୍ଲେଖ ରହିଛି । ତେବେ ସାକ୍ଷୀଗୋପାଳ ମନ୍ଦିର ଉପରୋକ୍ତ ସ୍ଥାନରେ ହେବା ନେଇ ଅନ୍ୟ ଏକ ଲୋକ କଥା ରହିଛି ।

Leave A Reply

Your email address will not be published.