Latest Odisha News

BREAKING NEWS

ଶ୍ରୀଜୀଉଙ୍କ ବନକଲାଗି ନୀତି; ଆଜି ୪ ଘଣ୍ଟା ଯାଏଁ ବନ୍ଦ ରହିବ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅର୍ଥାତ ଶୀମୁଖ ସିଂହାର ନୀତି ଯୋଗୁଁ ୪ ଘଣ୍ଟା ଯାଏଁ ଦର୍ଶନ ବନ୍ଦ ରହିବ ।

ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ବିତୀୟ ଭୋଗ ମଣ୍ଡପ ନୀତି ଅନୁଷ୍ଠିତ ପରେ ବନକଲାଗି କରାଯିବ । ଦତ୍ତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଏହି ସେବା କରିବେ ।

ଏହି ବିଶେଷ ନୀତି ପାଇଁ ଅପରାହ୍ନ ୨ଟା ୩୦ ମିନିଟ୍ ରୁ ସନ୍ଧ୍ୟା ୬ଟା ୩୦ମିନିଟ୍ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଦତ୍ତ ମହାପାତ୍ର ସେବକମାନେ ଠାକୁରଙ୍କ ଶୀମୁଖ ସିଂହାର କରିବାକୁ ଗର୍ଭଗୃହକୁ ପ୍ରବେଶ କରିବେ । ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଂଖ, କେଶର, କର୍ପୂର, କଇଥ ଅଠା, କସ୍ତୁରି ଓ କଳା ଆଦି ବ୍ୟବହାର କରାଯାଇଥାଏ । ଏହାଦ୍ବାରା ଶ୍ରୀଜୀଉଙ୍କ ଶ୍ରୀଅଙ୍ଗର ଶ୍ରୀବୃଦ୍ଧି ଘଟିଥାଏ ବୋଲି କୁହାଯାଏ ।

Leave A Reply

Your email address will not be published.