Latest Odisha News

ଶିତଳଷଷ୍ଠୀ ପାଇଁ ଉତ୍ସବମୁଖର ସମ୍ବଲପୁର: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଦେବ ଦମ୍ପତ୍ତି

ସମ୍ବଲପୁର: ପ୍ରସିଦ୍ଧ ଶିତଳଷଷ୍ଠୀ ପାଇଁ ଚଳଚଞ୍ଚଳ ହୋଇପଡିଛି ସମ୍ବଲପୁର ସହର । ଆଜି ଦେବ ଦେବ ମହାଦେବଙ୍କ ବିବାହ ଉତ୍ସବ । ଏଥିପାଇଁ ପାଇଁ ସରିଛି ସମସ୍ତ ପ୍ରସ୍ତୁତି । ସହରର ସମସ୍ତ ଶିବାଳୟ ଗୁଡ଼ିକୁ ରଙ୍ଗୀନ ଆଲୋକମାଳରେ ସଜ୍ଜା ଯାଇଛି । ଦେବ ଦମ୍ପତିଙ୍କ ବିବାହ ଶୋଭାଯାତ୍ରା ପାଇଁ ପ୍ରସ୍ତୁତ ରହିଛି ମୂର୍ତ୍ତି ଓ ଚାନ୍ଦି ମେଢ଼ ।

ଏହି ଉତ୍ସବରେ ବିଭିନ୍ନ ସାଂସ୍କୃତିକ ଦଳ, ଲୋକ ନୃତ୍ୟ, ଲୋକ ବାଦ୍ୟ ସାମିଲ ହେବେ । ରାଜ୍ୟ ବାହାରୁ ମଧ୍ୟ ଆସିବେ ସାଂସ୍କୃତିକ ଦଳ । ବାଜାବାଣ ରୋଷଣୀ ସହ ଘଣ୍ଟ, ଘଣ୍ଟା, ଦୁଲଦୁଲି ଓ ଆଦିବାସୀ ନୃତ୍ୟର ତାଳେତାଳେ ଶୋଭାଯାତ୍ରା ନେଇ କନ୍ୟା ଘର ଅଭିମୁଖେ ଅଗ୍ରସର ହେବେ ଦେବଦେବ ମହାଦେବ । ସେଠାରେ ପହଞ୍ଚିବା ପରେ ପାରମ୍ପରିକ ବୈଦିକ ରିତୀନିତୀରେ ଦେବ ବିବାହ ସମ୍ପନ୍ନ ହେବ ।

ସେହିପରି ଗତକାଲି ଶେଷ ହୋଇଛି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ପତର ପେଣ୍ତି । ବର ପିତା ଓ ସପ୍ତଋଷି ଗଣ ପଟୁଆର ନେଇ ଦେବଦେବ ମହାଦେବଙ୍କ ପାଇଁ କନ୍ୟା ଖୋଜି ବାହାରିଥିଲେ । କନ୍ୟା ଘରେ ପହଁଚିବା ପରେ ଉଭୟ ବର ଓ କନ୍ୟା ପକ୍ଷଙ୍କ ମଧ୍ୟରେ ବହୁ ସମୟ ଧରି ଆଲୋଚନା ପରେ ଦେବଦେବ ମହାଦେବ ଓ ଜଗତ ଜନନୀ ମାତା ପାର୍ବତୀଙ୍କ ବିବାହ ପ୍ରସ୍ତାବ ସ୍ଥିର ହୋଇଥିଲା । ଏହାପରେ ଦେବଦେବ ମହାଦେବ ଓ ମାତା ପାର୍ବତୀ ବିବାହ ପାଇ ନିବନ୍ଧ ସରିଛି ।

ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ପାଇଁ ଦେବତାମାନଙ୍କୁ ନିମନ୍ତ୍ରଣ ଦେଇଛନ୍ତି ପ୍ରଭୁ ହନୁମାନ । ଆସନ୍ତାକାଲି ପାଳନ ହେବ ଶିତଳଷଷ୍ଠୀ ପର୍ବ ।

Leave A Reply

Your email address will not be published.