Latest Odisha News

BREAKING NEWS

ପରଲୋକରେ ସ୍ଵନାମଧନ୍ୟ ପ୍ରାଣୀ ଚିକିତ୍ସାବିତ୍ ପ୍ରଫେସର ଜୀବନାନନ୍ଦ ମହାନ୍ତି

ଭୁବନେଶ୍ବର: ଆଜି ସକାଳେ ପଶୁ ଚିକିତ୍ସା ବିଭାଗର ପୂର୍ବତନ ନିର୍ଦ୍ଦେଶକ ତଥା  ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଶଲ୍ୟ ଚିକିତ୍ସା ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡାକ୍ତର ଜୀବନାନନ୍ଦ ମହାନ୍ତିଙ୍କର ପରଲୋକ ଘଟିଛି  । ୯୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି  । ପ୍ରଫେସର ମହାନ୍ତି କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ମୁଳୁବସନ୍ତ ଗାଁର ସ୍ଵର୍ଗତଃ ନେତ୍ରାନନ୍ଦ ମହାନ୍ତି ଏବଂ ହାରାମଣି ମହାନ୍ତି ଙ୍କର ଏକମାତ୍ର ସନ୍ତାନ ଥିଲେ । ସେ ଚମ୍ପାପୁରର ଗାନ୍ଧୀ ଶିକ୍ଷାଶ୍ରମରୁ ବିଦ୍ୟାଳୟ ଶିକ୍ଷା ସମାପ୍ତ କରି ବିହାର ରାଜ୍ୟର ପାଟଣା ସ୍ଥିତ ପ୍ରାଣୀ ଧନ ମହାବିଦ୍ୟାଳୟରୁ ସ୍ନାତକ ଶିକ୍ଷା ପ୍ରାପ୍ତ କରିଥିଲେ । ଏହାପରେ ସେ ଆମେରିକାର ମିଶୋରୀ ବିଶ୍ବବିଦ୍ୟାଳୟ ରୁ ସ୍ନାତକୋତ୍ତର ଶିକ୍ଷା ଏବଂ ଡେନମାର୍କ ର କୋପେନହେଗନ  ରୁ ଫେଲୋ ଅଫ ରୟାଲ ଭେଟେରିନାରୀ ଓ ଏଗ୍ରିକଲଚର କଲେଜ ଉପାଧି ଲାଭ କରିଥିଲେ । ଏ ସମସ୍ତ ଶିକ୍ଷା ପାଇଁ ସେ ରାଜ୍ୟ ସରକାରଙ୍କ ବୃତ୍ତି ମଧ୍ୟ ପାଇଥିଲେ ।

ତାଙ୍କ ଲିଖିତ ନିବନ୍ଧ ଯୁକ୍ତରାଷ୍ଟ୍ର ଆମେରିକାର ଡଃ ଆରନୋଲଡ ଅଫ ମିନେସୋଟା ବିଶ୍ଵବିଦ୍ୟାଳୟ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ଏବଂ ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟରୁ ଏଥିପାଇଁ ପିଏଚଡି ଉପାଧି ଲାଭ କରିଥିଲେ । ସେ ଜଣେ ପ୍ରାଣୀ ଚିକିତ୍ସକ ଭାବରେ ଓଡ଼ିଶା ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ ଆରମ୍ଭ କରି ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟରେ ଅଧ୍ୟାପନା ପାଇଁ ଯୋଗଦାନ କରିଥିଲେ । ସେଠାରେ ସେ ଭିନ୍ନ ଭିନ୍ନ ପଦବୀରେ କାର୍ଯ୍ୟ କରି ପ୍ରଫେସର ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ । କାର୍ଯ୍ୟକାଳ ମଧ୍ୟରେ ତାଙ୍କର ଦକ୍ଷତା ହେତୁ ଓଡ଼ିଶା ରାଜ୍ୟ ସରକାର ତାଙ୍କୁ ପଶୁ ଚିକିତ୍ସା ଓ ପଶୁପାଳନ ବିଭାଗର ନିର୍ଦ୍ଦେଶକ ଭାବରେ ଅବସ୍ଥାପିତ କରିଥିଲେ ।

୧୯୯୨ ମସିହାରେ ଶ୍ଵବିଦ୍ୟାଳୟ ଚାକିରୀରୁ ଅବସର ସେ ଭାରତୀୟ କୃଷି ଓ ଗବେଷଣା ପରିଷଦ ଦ୍ଵାରା ଅଭିଜ୍ଞ ପ୍ରଫେସର  ଭାବେ କାର୍ଯ୍ୟ କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ହରିୟାନା, ରାଜସ୍ଥାନ, ଉତ୍ତର ପ୍ରଦେଶ, ଆସାମ, କଲିକତା, ଆନ୍ଧ୍ର, ମାନ୍ଦ୍ରାଜ ଆଦି ବିଶ୍ଵବିଦ୍ୟାଳୟର ବିଭିନ୍ନ ସମିତିର ସଭ୍ୟ ଭାବରେ ମଧ୍ୟ ସେ କାର୍ଯ୍ୟଦକ୍ଷତାର ନିଦର୍ଶନ ଦେଇଥିଲେ । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ର ବୈଷୟିକ ସମିତି ର ବରିଷ୍ଠ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ ।

Comments are closed.