ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ରାମ ଚରଣ ‘ଗେମ୍ ଚେଞ୍ଜର’ ଫିଲ୍ମରେ କିଆରା ଆଡଭାନୀଙ୍କ ସହିତ ନଜର ଆସିବେ। ଏହି ଫିଲ୍ମର ନିର୍ଦ୍ଦେଶିକ ଶଙ୍କର। ଏହା ଜାନୁଆରୀ ୧୦, ୨୦୨୫ରେ ମୁକ୍ତିଲାଭ କରିବ। ଏହାରି ମଧ୍ଯରେ ଅଭିନେତାଙ୍କ ଫ୍ୟାନ୍ସ ମାନେ ତାଙ୍କୁ ଖୋଲାେଖାଲି ଧମକପୂର୍ଣ୍ଣ ଚିଠି ଲେଖିଛନ୍ତି।
ଏହି ଚିଠିରେ ଉଲ୍ଲେଖ ରହିଛି ଯେ ସେ ପ୍ରଶଂସକଙ୍କ ଭାବନା ବିଷୟରେ ବିଚାର କରୁନାହାଁନ୍ତି। ଯଦି ରାମ ଚରଣ ଏହି ମାସ ଶେଷ ସୁଦ୍ଧା ଫିଲ୍ମ ସମ୍ପର୍କରେ କୌଣସି ଅପଡେଟ୍ କିମ୍ବା ନୂଆବର୍ଷରେ ଟ୍ରେଲର ରିଲିଜ୍ ନ କରନ୍ତି। ତେବେ ଫ୍ୟାନ୍ସ ନିଜ ଜୀବନ ହାରିବାକୁ ବାଧ୍ଯ ହେବେ ବୋଲି ଧମକ ଦେଇଛନ୍ତି।
ସୂଚନା ଅନୁଯାୟୀ, ଗେମ୍ ଚେଞ୍ଜରର ଟିଜର ଚଳିତ ବର୍ଷ ଆରମ୍ଭରେ ମୁକ୍ତିଲାଭ କରିଥିଲା ଯେଉଁଥିରେ ରାମ ଚରଣ ଜଣେ ଆଇଏଏସ ଅଫିସର ଭୂମିକାରେ ନଜର ଆସିଛନ୍ତି। ଯିଏକି ଦୁର୍ନୀତିଗ୍ରସ୍ତ ସିଷ୍ଟମ ବିରୋଧରେ ଲଢୁଥିବାର ନଜର ଆସିବେ। ତେବେ ବହୁ ଦିନ ପରେ ନିର୍ଦ୍ଦେଶକ ଏସ ଶଙ୍କର ଏହି ଚଳଚ୍ଚିତ୍ର ମାଧ୍ୟମରେ ରିଟର୍ଣ୍ଣ କରୁଛନ୍ତି। ଏଥିରେ ମୁଖ୍ୟ ଭୂମିକାରେ କିଆରା ଆଡଭାନୀ, ଅଞ୍ଜଲି, ସାମୁଥିରକାନି, ଏସ.ଜେ. ସୁର୍ଯ୍ୟ, ଶ୍ରୀକାନ୍ତ, ପ୍ରକାଶ ରାଜ ଏବଂ ସୁନୀଲ ନଜର ଆସିବେ।
Comments are closed.