Latest Odisha News

BREAKING NEWS

ସିଦ୍ଧୁ ମୁସେୱାଲା ହତ୍ୟା: ଫ୍ୟାନ୍ ସହ ସେଲ୍ଫି ନେବା କାଳ ହେଲା

ଭୁବନେଶ୍ୱର: ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କୁ ଧରିଛି ପଞ୍ଜାବ ପୋଲିସ୍ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଫ୍ୟାନ୍ କହି ସେଲ୍ଫି ନେଇଥିବା ଯୁବକ ହତ୍ୟାକାଣ୍ଡର ମୁଖ୍ୟ କାର୍ପଟଦାର । ମଙ୍ଗଳବାର ପଞ୍ଜାବ ପୋଲିସ ହତ୍ୟାକାଣ୍ଡରେ ସଂପୃକ୍ତ ଆଠ ଜଣଙ୍କୁ ଗିରଫ କରିଛି । ଯେଉଁଥିରେ ହତ୍ୟାକାଣ୍ଡର କିଛି ସମୟ ଆଗରୁ ସିଦ୍ଧୁଙ୍କ ସହ ସେଲ୍ଫି ନେଇଥିବା ଫ୍ୟାନ୍ ସଂପୃକ୍ତ ।

ମେ ୨୯ ଅପରାହ୍ନ ୪.୩୦ ସମୟରେ ସିଦ୍ଧୁ ମୁସେୱାଲା ତାଙ୍କ ଘରୁ ଦୁଇ ଜଣଙ୍କ ସହ ବାହାରିଥିଲେ । କିଛି ବାଟ ଆସିବା ପରେ ସନ୍ଦୀପ ସିଂ ଓରଫ କେକଡ଼ା ନାମକ ଯୁବକ ତାଙ୍କୁ ଅଟକାଇ ସେଲଫି ନେଇଥିଲେ । ମୁସେୱାଲା କିନ୍ତୁ କିଛି ଜାଣିପାରିନଥିଲେ ।

ଏହା ପରେ ମୁସେୱାଲା ବିନା ସୁରକ୍ଷାରେ ଯାଉଛନ୍ତି ଓ ତାଙ୍କ ସହ କିଏ ଅଛନ୍ତି ଏବଂ ଗାଡ଼ି ସମ୍ବନ୍ଧୀୟ ସୂଚନା ଆଗକୁ ପାସ୍ କରିଥିଲା । ଯାହା ଦ୍ୱାରା ହତ୍ୟାକାରୀଙ୍କୁ ସହଜ ହୋଇଯାଇଥିଲା । ମୁସେୱାଲା ବିନା ସୁରକ୍ଷାରେ ତାଙ୍କର ଦୁଇ ଭାଇଙ୍କ ସହ ଯାଉଛନ୍ତି । ତାଙ୍କ ଗାଡ଼ିଟି ବୁଲେଟ ପ୍ରୁଫ୍ ନୁହେଁ ବୋଲି ସୂଚନା ଦେଇଥିଲା କେକଡ଼ା । ତାକୁ ଗୋଲ୍ଡି ବରାର ଗ୍ୟାଙ୍ଗ ନିଯୁକ୍ତ କରିଥିଲେ ବୋଲି ପଞ୍ଜାବ ପୋଲିସ କହିଛନ୍ତି ।

ସନ୍ଦୀପ ସିଂ, ମନପ୍ରୀତ ସିଂ, ତଲୱନ୍ଦି ସବୋ, ମନପ୍ରୀତ ଭାଓ, ସରଜ ମିଣ୍ଟୁ, ପ୍ରଭଦୀପ ସିଦ୍ଧୁ, ମୋନୁ ଡଗର, ପୱନ ବିଷ୍ଣୋଇ ଏବଂ ନଶୀବଙ୍କୁ ଗିରଫ କରାଯାଇଛି ବୋଲି ଆଣ୍ଟିଗ୍ୟାଙ୍ଗଷ୍ଟର ଟାସ୍କଫୋର୍ସ ଏଡିଜି ପରମୋଦ ବନ ଏହି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.