Latest Odisha News

BREAKING NEWS

ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’: ପ୍ରଥମ ପର୍ଯ୍ୟାୟରେ ୭୪ଟି ଟ୍ରେନ ଚଳାଚଳ ବାତିଲ୍

ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’ର ପ୍ରଭାବକୁ ଦୃଷ୍ଟିରେ ରଖି ଇଷ୍ଟ କୋଷ୍ଟ ରେଲୱେ ପକ୍ଷରୁ କେତେକ ଟ୍ରେନର ଚଳାଚଳ ବାତିଲ୍ କରିଯାଇଛି । ମେ ୨ ତାରିଖ ସନ୍ଧ୍ୟାରୁ ଭଦ୍ରକ ଓ ବିଶାଖାପାଟଣା ମଧ୍ୟରେ ଚଳାଚଳ ହେବାକୁ ଥିବା ଟ୍ରେନ ଗୁଡ଼ିକ ବାତିଲ ହୋଇପାରେ । ତେବେ ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ଇତିମଧ୍ୟରେ ୭୪ ଟି ଟ୍ରେନକୁ ବାତିଲ୍ କରାଯାଇଥିବାର ଘୋଷଣା ହୋଇଛି ।

ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’ର ପ୍ରଭାବକୁ ଦୃଷ୍ଟିରେ ରଖି ତଥା ରେଳଯାତ୍ରୀମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହିସବୁ ଟ୍ରେନଗୁଡ଼ିକୁ ବାତିଲ୍ କରାଯାଇଛି । ଏହି ସମସ୍ତ ଟ୍ରେନ ଗୁଡ଼ିକ ଭଦ୍ରକ ଓ ବିଶାଖାପାଟଣା ମଧ୍ୟରେ ଚଳାଚଳ କରିବାର ଥିଲା, ଏହି ଚଳାଚଳ ୨ ତାରିଖରୁ ବନ୍ଦ ରହିବ ବୋଲି ସୂଚନା ହସ୍ତଗତ ହୋଇଛି ।

ରେଳ କର୍ତ୍ତୃପକ୍ଷ ଜଣାଇ କହିଛନ୍ତି, ଇଷ୍ଟକୋଷ୍ଟ ରେଲୱେର ସୂଚନା ଅନୁସାରେ ନିଜର ରେଳଯାତ୍ରା କରିବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି ।

ସେହିପିର ଏହି ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’ର ପ୍ରଭାବକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ପୁରୀ ମଧ୍ୟରେ ରେଳ ଚଳାଚଳ ନିୟନ୍ତ୍ରଣ ହେବ ।

ହାୱଡ଼ାରୁ ୨ ତାରିଖ ଦିନ ରେଳ ଚଳାଚଳ ବନ୍ଦ ରହିବା ଫଳରେ କରମଣ୍ଡଳ ଏକ୍ସପ୍ରେସ ଚଳାଚଳ ମଧ୍ୟ ବାତିଲ୍ ହେବ । ତେବେ ୨ ତାରିଖ ଦିନ ପୁରୀରୁ ହାୱଡ଼ା ରେଳ ଚଳାଚଳ ବନ୍ଦ ରହିବ ନାହିଁ । ତେବେ ମେ ୨ ତାରିଖ ସନ୍ଧ୍ୟାରେ ହାୱଡ଼ାରୁ ବାଙ୍ଗାଲୋର, ଚେନ୍ନାଇ, ସିକନ୍ଦରାବାଦ ଅଭିମୁଖେ ଯାଉଥିବା ଟ୍ରେନ ଗୁଡ଼ିକ ବାତିଲ୍ ହେବନାହିଁ ।

ପୁରୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମସ୍ତ ଟ୍ରେନ ଗୁଡ଼ିକ ୩ ତାରିଖ ଦିନ ଚଳାଚଳ ବନ୍ଦ ରହିବ ବୋଲି ଜଣାପଡ଼ିଛି ।

ଯେଉଁସବୁ ଟ୍ରେନଗୁଡ଼ିକ ୩ ତାରିଖ ଦିନ ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିବ ସେହି ଟ୍ରେନ ଗୁଡ଼ିକର ଚଳାଚଳ ସମ୍ପୂର୍ଣ୍ଣ ସେହିଦିନ ବନ୍ଦ ରହିବ ବୋଲି ରେଳ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.