ନୂଆଦିଲ୍ଲୀ: ସବୁବେଳେ ନିଜର ପର୍ସନାଲ ଲାଇଫକୁ ନେଇ ଲାଇମ ଲାଇଟରେ ରହୁଥିବା ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଚର୍ଚ୍ଚାରେ । କେତେବେଳେ କ୍ରିକେଟ ପାଇଁ ଆଉ କେତେ ବେଳେ ନିଜ ବିବାହ ଏବହ ପ୍ରେମ ସମ୍ପର୍କକୁ ନେଇ ତାଙ୍କ ବିଷୟରେ ବେଶ ଚର୍ଚ୍ଚା ଆଲୋଚନା ଲାଗିରହିଥାଏ । କିନ୍ତୁ ଏଥର ସେ ଏକ ଫଟୋ ଉଠେିବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଫଟୋ ଉଠାଇବାକୁ ରାଜି ହେଲେନି ହାର୍ଦ୍ଦିକ ପାଣ୍ଡ୍ୟା । ରାଗିଗଲେ ଫ୍ୟାନ୍ସ । ଗାଳି ଦେଇ କହିଲେ ‘ଭାଡ଼ ମେ ଯାଓ’ ।
ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଫ୍ୟାନ୍ସ ହାର୍ଦ୍ଦିକଙ୍କୁ ଅଶୋଭନୀୟ ଟିପ୍ପଣୀ କରୁଛନ୍ତି । ଫଟୋ ଉଠାଇବାକୁ ରାଜି ହେଲେନି ହାର୍ଦ୍ଦିକ ପାଣ୍ଡ୍ୟା ଫଳରେ ତାଙ୍କୁ ଅପେକ୍ଷା କରିଥିବା ତାଙ୍କ ଫ୍ୟାନ୍ସ ରାଗିଯାଇଥିଲେ ।ସେପଟେ ରିପୋର୍ଟ ଅନୁସାରେ, ଖ୍ରୀଷ୍ଟମାସ ସନ୍ଧ୍ୟାରେ ପାଣ୍ଡ୍ୟା ତାଙ୍କ ବାନ୍ଧବୀ ମାହେକା ଶର୍ମାଙ୍କ ସହ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ । ସେଠାରେ ଉଭୟ ଡିନର କରି ଫେରିବା ବେଳେ କିଛି ଫ୍ୟାନ୍ସ ସେମାନଙ୍କୁ ଘେରି ଯାଇଥିଲେ । ଏବଂ ହାର୍ଦ୍ଦିକଙ୍କୁ ଫଟୋ ଉଠାଇବାକୁ କହିଥିଲେ । ପ୍ରଥମେ ସେ ମାହେକାଙ୍କୁ କାର୍ ଭିତରେ ଛାଡିଦେଇ ନିଜେ ବାହାରେ କିଛି ସମୟ ଠିଆ ହୋଇରହିଥିଲେ । ପାଣ୍ଡ୍ୟା ମଧ୍ୟ କିଛି ଜଣଙ୍କ ସହ ଫଟୋ ଉଠାଇଥିଲେ । ଏହାପରେ ସେ ବହୁତ ଫଟୋ ଉଠିଗଲା କହି ଚାଲି ଯାଇଥିଲେ ।
ଆଉ କିଛି ଜଣଙ୍କ ସହ ଫଟୋ ଉଠାଇବାକୁ ମନା କରିଦେଲେ, । ।ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କୁ ହିନ୍ଦୀରେ ଗାଳି କରିଥିଲେ ଭାଡ଼ ମେ ଯାଓ । ନର୍କକୁ ଯାଅ କହିବା ସହ ଆହୁରି ମଧ୍ୟ ଆପତ୍ତିଜନକ ଟିପ୍ପଣୀ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି । ତେବେ ପାଣ୍ଡ୍ୟା ଏହା ଶୁଣିଥିଲେ ମଧ୍ୟ କିଛି କହିନଥିଲେ । ଏ ସମସ୍ତ ଘଟଣା ମୋବାଇଲରେ କଏଦ ହୋଇଛି । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।ଫ୍ୟାନ୍ସମାନେ ସେହି ବ୍ୟକ୍ତିଙ୍କର ଏପରି ଆଚରଣ ପାଇଁ ରାଗିବା ସହ ସମାଲୋଚନା କରିଛନ୍ତି । ଜଣେ କ୍ରିକେଟ୍ ଷ୍ଟାରଙ୍କୁ ଏପରି କହିବା ଠିକ୍ ନୁହେଁ ବୋଲି ସେମାନେ ମତ ଦେଉଛନ୍ତି ।