ମୁମ୍ବାଇ: ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ, ବରଂ ତାଙ୍କର ଅନୋଖା ଅନ୍ଦାଜ ପାଇଁ ମଧ୍ୟ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ସୋସିଆଲ ମିଡିଆରେ ସେ ଏଭଳି କିଛି ଲେଖିଛନ୍ତି, ଯାହାକୁ ନେଇ ଏବେ ସାରା ବି-ଟାଉନ୍ରେ ଚର୍ଚ୍ଚା ଜୋର ଧରିଛି। ମାତ୍ର ଦୁଇଟି ଶବ୍ଦ ଲେଖି ବିଗ୍ ବି ନିଜ ପ୍ରଶଂସକଙ୍କ ମନରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।
ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ଅମିତାଭ ବଚ୍ଚନ ନିଜର ଏକ୍ସ ହ୍ୟାଣ୍ଡେଲରେ ଏକ ଛୋଟ ମେସେଜ୍ ସେୟାର କରିଛନ୍ତି। ସେ ଲେଖିଛନ୍ତି— “T 5704 –सच में ? कैसे ? । ଦେଖିବାକୁ ଏହା ଏକ ସାଧାରଣ ପ୍ରଶ୍ନ ପରି ମନେ ହେଉଥିଲେ ମଧ୍ୟ, ଏହାକୁ ନେଇ ଏବେ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲାଗିଛି।
ଅମିତାଭଙ୍କ ଏହି ପୋଷ୍ଟ ପରେ ସୋସିଆଲ ମିଡିଆ ୟୁଜରମାନେ ଭିନ୍ନ ଭିନ୍ନ ଅନୁମାନ ଲଗାଇବା ଆରମ୍ଭ କରିଛନ୍ତି। କିଏ କହୁଛି ଏହା ତାଙ୍କର କୌଣସି ଆଗାମୀ ଫିଲ୍ମର ସଙ୍କେତ, ତ ଆଉ କିଏ ଏହାକୁ ଜୀବନର କୌଣସି ଗଭୀର ରହସ୍ୟ ସହ ଯୋଡ଼ି ଦେଖୁଛି । କିଛି ଫ୍ୟାନ୍ସ ତ ମଜାଳିଆ ଅନ୍ଦାଜରେ ପଚାରିଛନ୍ତି, “ସାର୍, ଆପଣ କଣ କହିବାକୁ ଚାହୁଁଛନ୍ତି ଟିକେ ସ୍ପଷ୍ଟ କରନ୍ତୁ।”
ଟ୍ୱିଟ୍ ପରେ ନିଜ ବ୍ଲଗ୍ ଜରିଆରେ ଏହି ରହସ୍ୟକୁ ଆହୁରି ଗଭୀର କରିଛନ୍ତି ବିଗ୍ ବି। ଜୀବନର ଅନିଶ୍ଚିତତା ଏବଂ ପ୍ରଶ୍ନର ଉତ୍ତର ଖୋଜିବା ପ୍ରକ୍ରିୟା ଉପରେ ସେ ନିଜର ମତ ରଖିଛନ୍ତି। ଅମିତାଭ ଲେଖିଛନ୍ତି ଯେ, ମଣିଷ ସବୁବେଳେ ‘କାହିଁକି’ ଏବଂ ‘କେମିତି’ ଭଳି ପ୍ରଶ୍ନର ଉତ୍ତର ଖୋଜୁଥାଏ, କିନ୍ତୁ ସବୁଥର ସ୍ପଷ୍ଟ ଉତ୍ତର ମିଳିବା ଜରୁରୀ ନୁହେଁ।
ଅମିତାଭ ବଚ୍ଚନଙ୍କ ଏହି ଶବ୍ଦର ଯାଦୁ ପୁଣିଥରେ ପ୍ରମାଣ କରିଛି ଯେ ସେ ଲୋକଙ୍କୁ ଚିନ୍ତା କରିବାକୁ ମଜବୁର କରିବାର କଳାରେ ମାହିର୍। ଫିଲ୍ମ ହେଉ କିମ୍ବା ବାସ୍ତବ ଜୀବନ, ବିଗ୍ ବି’ଙ୍କ ପ୍ରତିଟି ଛୋଟ କଥା ମଧ୍ୟ ଏକ ବଡ଼ ହେଡଲାଇନ୍ ପାଲଟିଯାଏ। ଏବେ ଅପେକ୍ଷା, କେବେ ଅମିତାଭ ନିଜେ ଏହି ରହସ୍ୟ ଉପରୁ ପରଦା ହଟାଉଛନ୍ତି।