Latest Odisha News

BREAKING NEWS

ଭିଡ଼ରେ ଫସିଲେ କିଙ୍ଗ ଖାନ : ସେଲଫି ନେବାକୁ ଭିଡ଼ ଜମାଇଲେ ପ୍ରଶଂସକ

ମୁମ୍ବାଇ: ଭିଡ଼ରେ ଫସିଲେ କିଙ୍ଗ୍ ଖାନ୍ । ସେଲଫି ନେବାକୁ ପ୍ରଶଂସକମାନେ ଭିଡ଼ ଜମାଇଲେ । ଠେଲାପେଲା ବି ହେଲେ । ଏମିତି ଭିଡ଼ ହେଲା ଯେ, ଶାହାରୁଖଙ୍କ ବଡ଼ିଗାର୍ଡ଼ ବି ସମ୍ଭାଳି ପାରିଲେନି । ଶେଷରେ ବିମାନବନ୍ଦରର ସୁରକ୍ଷାକର୍ମୀ ଆସି ଭିଡ଼କୁ ନିୟନ୍ତ୍ରଣ କରିବାକୁ ପଡ଼ିଲା । ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ଶ୍ରୀନଗର ବିମାନବନ୍ଦରରେ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଫିଲ୍ମ ‘ପଠାନ’ର ସଫଳତା ପରେ ବଲିଉଡର ‘କିଙ୍ଗ ଖାନ’ ତଥା ଶାହାରୁଖ ଖାନ ଏବେ ଖୁବ୍ ଚର୍ଚ୍ଚାରେ ରହୁଛନ୍ତି । ଆଜିକାଲି ଶାହାରୁଖ ତାଙ୍କର ଆଗାମୀ ଫିଲ୍ମ ‘ଡଙ୍କି’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମର ଅନେକ ଦୃଶ୍ୟ କାଶ୍ମୀରରେ ଜୋରସୋରରେ ସୁଟିଂ ଚାଲିଛି । ସୁଟିଂ ସାରି ଶାହରୁଖ ଶ୍ରୀନଗର ବିମାନ ବନ୍ଦରରେ ପହଞ୍ôଚଥିଲେ । ଶାହରୁଖଙ୍କୁ ଦେଖି ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇ ତାଙ୍କୁ ବିମାନବନ୍ଦରରେ ଘେରି ଯାଇଥିଲେ । ତାଙ୍କ ସହ ସେଲଫି ନେବାକୁ ଠେଲାପେଲା ହୋଇଥିଲେ । ପରେ ସୁରକ୍ଷାକର୍ମୀ ତାଙ୍କୁ ଭିଡ଼ରୁ ମୁକୁଳାଇଥିଲେ ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଶାହରୁଖ ଏକ କଳା ରଙ୍ଗର ଜ୍ୟାକେଟ ଓ କଳା ଚଷମାରେ ନଜର ଆସିଥିଲେ । ତାଙ୍କର ଷ୍ଟାଇଲକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ ।

Comments are closed.