Latest Odisha News

BREAKING NEWS

କେଜିଏଫ-୨ ରିଲିଜ ଦିନକୁ ଜାତୀୟ ଛୁଟି ଘୋଷଣା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ୟଶ ପ୍ରଶଂସକ

ମୁମ୍ବାଇ: ସୁପରଷ୍ଟାର ୟଶଙ୍କ କେଜିଏଫ-୨ ଫିଲ୍ମ ଦେଖିବା ପାଇଁ ପ୍ରଶଂସକମାନେ ଆଉ ଧୈର୍ଯ୍ୟ ଧରି ପାରୁ ନାହାନ୍ତି । ୧୬ଜୁଲାଇରେ ଏହି ଫିଲ୍ମ ରିଲିଜ ହେବ । ଏହି ଦିନକୁ ଜାତୀୟ ଛୁଟି ଦିବସ ଭାବେ ଘୋଷଣା କରିବା ପାଇଁ ୟଶ ପ୍ରଶଂସକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି । ଏହି ଚିଠି ଏବେ ସୋସିଆଲ ସାଇଟରେ ଭାଇରାଲ ହେଉଛି । ୟଶ ଓ ସଞ୍ଜୟ ଦତଙ୍କ ଅଭିନୀତ କେଜିଏଫ-୨ ହିନ୍ଦୀ, ତାମିଲ, ତେଲୁଗୁ ଓ ମାଲାୟଲମ ଭାଷାରେ ରିଲିଜ ହେବ ।

ଏହି ଫିଲ୍ମର ଟିଜରକୁ ୧୦ ଘଂଟା ମଧ୍ୟରେ ୧୬ ମିଲିୟନ ଲୋକେ ଦେଖିଛନ୍ତି । ବିଜୟଙ୍କ ଅଭିନୀତ ମାଷ୍ଟରଙ୍କ ରେକର୍ଡକୁ ଏହା ଭାଙ୍ଗିଛି । ପ୍ରଶଂସକଙ୍କ ମୋ ପ୍ରତି ଏତେ ମାତ୍ରାରେ ସ୍ନେହ ଓ ଶ୍ରଦ୍ଧା ଭଲ ଅଭିନୟ କରିବାକୁ ପ୍ରୋତ୍ସାହିତ କରୁଛି ବୋଲି ୟଶ କହିଛନ୍ତି । ଫିଲ୍ମରେ ଶ୍ରୀନିଧ ସେଟ୍ଟୀ, ରବୀନା ଟଣ୍ଡନ, ଅନନ୍ତ ନାଗ, ନାଗଭରଣ, ପ୍ରକାଶ ରାଜ, ମାଳବିକା ଅବିନାଶ ପରି ଅଭିନେତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ।

Leave A Reply

Your email address will not be published.