Latest Odisha News

BREAKING NEWS

ଫକିର ମୋହନ ବିଶ୍ବବିଦ୍ୟାଳୟ ହତାରେ ଭାଲୁ, ଆତଙ୍କରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଭାଲୁ ଧରିବାରେ ବିଫଳ ବନବିଭାଗ

ବାଲେଶ୍ବର : ବାଲେଶ୍ୱରର ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ବୁଲୁଛି ଭାଲୁ । ଏହାକୁ ନେଇ ପୁରା ଅଂଚଳରେ ଆତଙ୍କ ଖେଳିଯାଇଛି । ଭାଲୁ ବିଶ୍ୱବିଦ୍ୟାଳୟ ପରିସରରେ ବୁଲିବା ପରେ ଆତଙ୍କରେ ଅଛନ୍ତି ଏଠାରେ ପାଠ ପଢୁଥିବା ଛାତ୍ରଛାତ୍ରୀ । କ୍ୟାମ୍ପସରେ ଭାଲୁଟି ପଶିବା ପରେ ଚିନ୍ତାରେ ପଡିଯାଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ।

ଗତକାଲି ଏହିଠାରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେପଟେ ସୁରକ୍ଷା ଦୃଷ୍ଟିରୁ ଆଖପାଖ ଅଂଚଳରେ ଥିବା ବୁଦା ଗୁଡିକରେ ସ୍ଥାନୀୟ ଲୋକେ ନିଆଁ ଲଗାଇ ଦେଇଥିଲେ । ଏହାକୁ ଲିଭାଇଥିଲା ଅଗ୍ନିଶମବାହିନୀ । ଏବେ ବୁଦା ଗୁଡିକ ନଷ୍ଟ ହୋଇଯାଇଥିବା ବେଳେ ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରବେଶ କରିଛି ଭାଲୁ । ଏଯାଏଁ ଭାଲୁ ଧରିବାରେ ବିଫଳ ହୋଇଛି ବନବିଭାଗ । 

Leave A Reply

Your email address will not be published.