Latest Odisha News

BREAKING NEWS

‘ଇଣ୍ଡିଆନ୍‌ ଆଇଡଲ୍‌ ୧୨’ ରୁ କୁଆଡେ ଗାଏବ ହୋଇଗଲେ ନେହା? ଚିନ୍ତାରେ ପ୍ରଶଂସକ

ମୁମ୍ବାଇ: ଲୋକପ୍ରିୟ ଗାୟିକା ତଥା ଇଣ୍ଡିଆନ୍‌ ଆଇଡଲ୍‌ ୧୨ର ଜଜ୍‌ ନେହା କକର୍‌ଙ୍କ ପ୍ରାୟ ୨ ସପ୍ତାହ ହେବ ଅନୁପସ୍ଥିତିକୁ ନେଇ ଏବେ ପ୍ରଶଂସକ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ନେହା କାହିଁକି ସୁଟିଂ କରୁନାହାଁନ୍ତି ବୋଲି ଏବେ ପ୍ରଶ୍ନ ଉଠିଛି।

କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ମହାରାଷ୍ଟ୍ର ସରକାର ସମଗ୍ର ରାଜ୍ୟରେ ଲକଡାଉନ୍ ଲାଗୁ କରିଛନ୍ତି। ମହାରାଷ୍ଟ୍ରରେ ବର୍ତ୍ତମାନ କୌଣସି ସୁଟିଂକୁ ଅନୁମତି ନାହିଁ। ଯାହା ଫଳରେ ଇଣ୍ଡିଆନ୍ ଆଇଡଲ୍ ୧୨ର ସୁଟିଂକୁ ଡାମନ ଡ୍ୟୁକୁ ସ୍ଥାନାନ୍ତର କରାଯାଇଛି।

‌ତେବେ ସୂଚନା ଅନୁଯାୟୀ ପୂର୍ବ ସପ୍ତାହରେ ନେହା ତାଙ୍କ ୬ ମାସ ବିବାହ ବାର୍ଷିକୀ ପାଳନ କରିବା ପାଇଁ ଏବଂ ସ୍ୱାମୀ ରୋହନପ୍ରୀତ ସିଂଙ୍କ ସହ ସମୟ ବିତାଇବା ପାଇଁ କାମରୁ ବିରତି ନେଇଥିଲେ।

ଗତ ସପ୍ତାହ ଶେଷରେ ଏହି ଶୋରେ ଅନୁ ମଲିକ ଏବଂ ଗୀତିକାର ମନୋଜ ମୁନ୍ତାଶିର୍‌ଙ୍କୁ ବିଚାରପତି ଭାବେ ଦେଖିବାକୁ ମିଳିଥିଲା। ମୁମ୍ବାଇରେ ସୁଟିଂ ଅନୁମତି ନହେବା ପର୍ଯ୍ୟନ୍ତ ଏହି ଟିମ୍ ଆଉ ଦୁଇଟି ଏପିସୋଡ୍ ପାଇଁ ଦାମନରେ ସୁଟିଂ କରିବେ।

Comments are closed.