ନୂଆଦିଲ୍ଲୀ: ବିଜେପିର ବଙ୍ଗ ଦଳକ ସ୍ୱପ୍ନ ଧୂଳିସାତ ହୋଇଛି । ପଦ୍ମ ଦଳର ଦମ୍ଭ ଭାଙ୍ଗି ଦେଇଛି ଟିଏମସି । ମମତା ବାନାର୍ଜୀଙ୍କ କରିସ୍ମା ଆଗରେ ଫେଲ୍ ମାରିଲା ମୋଦି ମ୍ୟାଜିକ୍ । ଶାହ ଓ ନଡ୍ଡାଙ୍କ ଷ୍ଟ୍ରାଟେଜୀ କାମ ଦେଲାନି । ମାଳ ମାଳ କେନ୍ଦ୍ରମନ୍ତ୍ରୀ ଓ ଯୋଗୀଙ୍କ ହାଇଭୋଲଟେଜ୍ ପ୍ରଚାର ଟିଏମସିର ଲୋକପ୍ରିୟତା ଆଗରେ ଫିକା ପଡ଼ିଗଲା । ଦୁଇ ଶହ ସିଟରେ ବିଜୟ ନାରା ଦେଇଥିବା ବିଜେପି ଦୁଇ ଅଙ୍କ ବି ଡେଇଁ ପାରିଲା ନାହିଁ ।
୫ ଜଣ ସାଂସଦଙ୍କୁ ଏଥର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିଥିଲା ବିଜେପି । ସେମାନଙ୍କ ମଧ୍ୟରୁ ତିନି ଜଣ ବାବୁଲ ସୁପ୍ରିୟୋ, ସ୍ୱପନ ଦାସଗୁପ୍ତା, ଲକେଟ୍ ଚାଟାର୍ଜୀ ପରାଜୟର ମୁହଁ ଦେଖିଛନ୍ତି । ଦୁଇ ଜଣ ବିଜୟୀ ହୋଇଛନ୍ତି ।
ବାବୁଲ ସୁପ୍ରିମୋ
କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିଥିଲା ବିଜେପି । ଟଲିଗଞ୍ଜରୁ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଅରୂପ ବିଶ୍ୱାସ ତାଙ୍କୁ ବିପଉଲ ଭୋଟରେ ହରାଇଛନ୍ତି । ୫୦ହଜାର ଭୋଟରେ ହାରିଛନ୍ତି ବାବୁଲ ସୁପ୍ରିୟୋ । ପଶ୍ଚିମବଙ୍ଗ ଆସାନସୋଲ ଲୋକସଭା ଆସନରୁ ଦୁଇ ଥର ସାଂସଦ ବାବୁଲ ସୁପ୍ରିୟୋଙ୍କୁ ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି ।

ସ୍ୱପନ୍ ଦାସଗୁପ୍ତା
ରାଜ୍ୟସଭା ସାଂସଦ ଥିଲେ ସ୍ୱପନ ଦାସଗୁପ୍ତା । ତାରକେଶ୍ୱର ବିଧାନସଭା ଆସନରୁ ତାଙ୍କୁ ବିଜେପି ପ୍ରାର୍ଥୀ କରିଥିଲା । ରାଜ୍ୟସଭା ପଦରୁ ସେ ଇସ୍ତଫା ଦେଇଥିଲେ । ଏବେ ହାରିଛନ୍ତି । ତୃଣମୂଳ କଂଗ୍ରେସର ରାମେନ୍ଦୁ ସିଦ୍ଧା ୭ହଜାର ୪୮୪ ଖଣ୍ଡ ଭୋଟ୍ ବ୍ୟବଧାନରେ ତାରକେଶ୍ୱରରୁ ବିଜୟୀ ହୋଇଛନ୍ତି ।

ଲକେଟ୍ ଚାଟାର୍ଜୀ
ଜଣାଶୁଣା ବେଙ୍ଗଲୀ ଅଭିନେତ୍ରୀ ତଥା ହୁଗୁଳି ଲୋକସଭା ସାଂସଦ ଲକେଟ୍ ଚାଟାର୍ଜୀ ବି ବିଧାନସଭା ନିର୍ବାଚନରେ ଫେଲ୍ ମାରିଛନ୍ତି । ତାଙ୍କୁ ଚୁରଚୁରା ଆସନରୁ ପ୍ରାର୍ଥୀ କରିଥିଲା ବିଜେପି । ଟିଏମସିର ଅସୀତ ମଜୁମଦାର ତାଙ୍କପ ୧୮ହଜାରରୁ ଅଧିକ ଭୋଟରେ ହରାଇଛନ୍ତି ।

ନିସିଥ ପ୍ରାମାଣିକ
କୁଚବିହାର ଲୋକସଭା ସାଂସଦ ନିସିଥ ପ୍ରାମାଣିକ । ଦିନାହାଟା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ । ହାରୁ ହାରୁ ସେ ଜିତିଛନ୍ତି । ମାତ୍ର ୫୭ ଖଣ୍ଡ ଭୋଟ୍ ବ୍ୟବଧାନରେ ଟିଏମସି ପ୍ରାର୍ଥୀ ଉଦୟନ ଗୁହାଙ୍କଠାରୁ ବିଜୟୀ ହୋଇଛନ୍ତି ନିସିଥ । ୨୦୧୯ରେ ବିଜେପିର ଯୋଗ ଦେବା ପରେ ସେ ସାଂସଦ ହୋଇଥିଲେ ।

ଜଗନ୍ନାଥ ସରକାର
ବିଜେପି ସାଂସଦ ଜଗନ୍ନାଥ ସରକାର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି । ସେ ଶାନ୍ତିପୁର ଆସନରୁ ପ୍ରାର୍ଥୀ ହୋଇଥିଲେ । ଟିଏମସିର ଅଜୟ ଦେବଙ୍କୁ ୧୫ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି ଜଗନ୍ନାଥ ସରକାର ।

BREAKING NEWS
- ମଣିପୁରରେ ପୁଣି ହିଂସା: ଆଖିବୁଜା ଗୁଳିମାଡ଼ରେ ଦୁଇ ମହିଳାଙ୍କ ମୃତ୍ୟୁ, ଜଳିଗଲା ଏକାଧିକ ଫାର୍ମହାଉସ୍
- ସାଉଦି ଆରବକୁ ପାକିସ୍ତାନର ଧୋକା ! : ପାକିସ୍ତାନର ମନା ପରେ ଇସ୍ରାଏଲର ସହାୟତା ଲୋଡ଼ିଲା ସାଉଦି ଆରବ
- ରେଳ ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା: ୩ ଦିନ ପାଇଁ ରାସ୍ତା ମଝିରୁ ଫେରିବ ଏକାଧିକ ମେମୁ ଟ୍ରେନ୍
- ଭାରତକୁ ଫେରିବ ଫର୍ମୂଲା ୱାନ: ସରକାର ଗଠନ କଲେ ଟାସ୍କ ଫୋର୍ସ
- ଚଳିତ ମୌସୁମୀରେ ନୂଆ ରେକର୍ଡ: ବଙ୍ଗୋପସାଗରରେ ସୃଷ୍ଟି ହେଲାଣି ୧୧ଟି ଲଘୁଚାପ
- ମହଙ୍ଗା ଜାଲରେ ଛନ୍ଦି ହେଲାଣି ମଧ୍ୟବିତ୍ତ ପରିବାର: ଦରଦାମ ନିୟନ୍ତ୍ରଣ କରିବାରେ ପ୍ରଶାସନ ଫେଲ୍!
- ଏମକେସିଜି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ
- ଟି୨୦ ଆନ୍ତର୍ଜାତୀୟରେ ଜସପ୍ରୀତ ବୁମରାଙ୍କ ବିଶ୍ୱ ରେକର୍ଡ
- ଜନ୍ତର ମନ୍ତର ହିଂସା ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଜାମିନ ପ୍ରଦାନ କଲେ ପଟିଆଲା ହାଉସ କୋର୍ଟ
- ୟୁପିଆଇ କାରବାର ନେଇ ନୂଆ ନିୟମ:ଜାଣନ୍ତୁ ନୂଆ ସ୍ଲାବ୍

Comments are closed.