ମୁମ୍ବାଇ: ଅଭିନେତା ତଥା ନିର୍ଦ୍ଦେଶକ ଫରହାନ ଅଖତାର ବାପା ହେବା ଖବର ଗୁଜବ ବୋଲି ଜଣାପଡିଛି । ଅଭିନେତ୍ରୀ ଶାବନା ଆଜମୀ ଏ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଏହି ଖବର ସମ୍ପୂର୍ଣ୍ଣ ଭାବେ ଭିତିହୀନ । ଫରହାନଙ୍କ ଦ୍ୱିତୀୟ ପତ୍ନୀ ଶିବାନୀ ଦାଣ୍ଡେକର ଏବେ ମାଆ ହେବାକୁ ଚାହୁଁ ନାହାନ୍ତି । ୨୦୨୨ରେ ଫରହାନ ଓ ଶିବାନୀ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଏହା ପୂର୍ବରୁ ୪ ବର୍ଷ ପର୍ଯ୍ୟନ୍ତ ଉଭୟ ରିଲେଶନଶିପରେ ରହିଥିଲେ । ୨୦୧୮ରେ ଉଭୟ ପରସ୍ପରକୁ ଭଲ ପାଉଛନ୍ତି ବୋଲି ଅଫିସିଆଲ ଘୋଷଣା କରିଥିଲେ ।
ଫରହାନ ୨୦୧୭ରେ ହେୟାର ଷ୍ଟାଇଲିଷ୍ଟ ଅଧୂନାଙ୍କୁ ବିବାହ କରିଥିଲେ । ସେମାନଙ୍କ ୨ଟି ଝିଅ ଅଛନ୍ତି । ପରେ ଉଭୟଙ୍କ ବିବାହ ବିଚ୍ଛେଦ ଘଟିଥିଲା । ଫରହାନ ଏବେ ୧୨୦ ବାହାଦୂର ଫିଲ୍ମରେ ମେଜର ଶୈତାନ ସିଂଙ୍କ ଭୂମିକା କରୁଛନ୍ତି । ସେହିପରି ତାଙ୍କ ନିର୍ଦ୍ଦେଶନାରେ ଡନ ୩ ଫିଲ୍ମ ଚଳିତ ବର୍ଷ ରିଲିଜ ହେବ । ଏଥିରେ ରଣବୀର ସିଂ ଓ କିଆରା ଆଡଭାନୀ ମୂଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ।