Latest Odisha News

BREAKING NEWS

ମାର୍ଚ୍ଚରେ ବାହା ହେବେ ଫରହାନ୍‌ ଓ ଶିବାନୀ!

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା,ନିର୍ମାତା ତଥା ନିର୍ଦ୍ଦେଶକ ଫରହାନ ଅଖତର ଏବଂ ଶିବାନୀ ଦଣ୍ଡେକର ଲିଭ୍‌-ଇନ୍ ରିଲେସନସିପରେ ଅଛନ୍ତି। ତେବେ ଖବର ମୁତାବକ ଉଭୟ ହାତକୁ ଦି ହାତ ହେବାକୁ ଯାଉଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି। ସେମାନଙ୍କ ବିବାହକୁ ନେଇ ଗୁଜବ ପ୍ରଚାରିତ ହେଉଛି।

ତେବେ ଏ ନେଇ ଉଭୟଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ। ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ସେମାନଙ୍କ ବିବାହ ପୋଷାକ ଡିଜାଇନର୍‌ ସବ୍ୟସାଚୀ ଡିଜାଇନ୍‌ କରିପାରନ୍ତି।

କରୋନାର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଏହି ଦମ୍ପତି ତାଙ୍କ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Comments are closed.