Latest Odisha News

BREAKING NEWS

ବନ୍ଦ ହେଇଗଲା ଆଲିୟା, କ୍ୟାଟ୍ରିନା, ପ୍ରିୟଙ୍କାଙ୍କ ଜୀ ଲେ ଜରା ଫିଲ୍ମ

ମୁମ୍ବାଇ: ଫରଆନ ଅଖତାରଙ୍କ ଜୀ ଲେ ଜରା ଫିଲ୍ମର ଶୁଟିଂ ହେବାରେ ବିଳମ୍ବ ହେବାରୁ ଶେଷରେ ଏହାକୁ ବନ୍ଦ କରି ଦିଆଯାଇଛି । ବଲିଉଡର ୩ ପ୍ରତିଷ୍ଠିତ ଅଭିନେତ୍ରୀ ଆଲିୟା ଭଟ୍ଟ, କ୍ୟାଟ୍ରିନା କୈଫ ଓ ପ୍ରିୟଙ୍କା ଚୋପ୍ରା ଅଭିନୀତ ଏହି ଫିଲ୍ମ ପ୍ରତି ଦର୍ଶକଙ୍କ ବେଶ ଆଗ୍ରହ ଥିଲା । ମାତ୍ର ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ଯୋଗୁ ଏହାର ଶୁଟିଂ ଆରମ୍ଭରେ ବାରମ୍ବାର ବିଳମ୍ବିତ ହୋଇଥିଲା । ଫରହାନ ଅନ୍ୟ ଅଭିନେତ୍ରୀଙ୍କୁ ନେଇ ଫିଲ୍ମ ଆରମ୍ଭ କରିବା ପାଇଁ ଯୋଜନା କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରି ନ ଥିଲା । ସେ ଏବେ ଦି ଚାମ୍ପିୟନ୍ସ ଏବଂ ଡନ ୩ରେ ମନୋନିବେଶ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ୨ ଫିଲ୍ମର ଶୁଟିଂ ଶେଷ ହେବା ପରେ ମେକର୍ସ ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ନେବେ ।

ଆଲିୟା ରାମାୟଣ ଓ ବୈଜୁ ବାୱାରା ଫିଲ୍ମ ଆଗ ଶୁଟିଂ କରିବାକୁ ଚାହୁଁଛନ୍ତି । ସେହିପରି କ୍ୟାଟ୍ରିନା ଓ ପ୍ରିୟଙ୍କା ମଧ୍ୟ ବ୍ୟସ୍ତ ଅଛନ୍ତି । ଶୁକ୍ରବାର ଜୀ ଲେ ଜରାର ଶୁଟିଂ ଏବେ ହେଉ ନାହିଁ ବୋଲି ଫରହାନ ସ୍ପଷ୍ଟ କରିଥିଲେ । ଜିନ୍ଦେଗୀ ନା ମିଲେଗି ଦୋବାରା ପରେ ଏହି ଫିଲ୍ମର କାହାଣୀ ପରହାନଙ୍କ ଅତି ପ୍ରିୟ ଥିଲା । ଶୁଟିଂ ବନ୍ଦ ହେବା ନେଇ ସେ ନୈରାଶ୍ୟ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.