Latest Odisha News

BREAKING NEWS

ବିଶ୍ୱ ମୂଲ୍ୟ ଶୃଙ୍ଖଳ ସହ ସମନ୍ୱୟ ରକ୍ଷା କରି ମୂଲ୍ୟ ଯୋଗକୁ ପ୍ରାଥମିକତା ଦେବା ଆବଶ୍ୟକ: ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ୱର: ଫିକିର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଜେନେଭାଠାରେ ଇଣ୍ଟରନ୍ୟାସନାଲ ଚାମ୍ବର ଅଫ୍ କମର୍ସ ପକ୍ଷରୁ ଆୟୋଜିତ ତ୍ରୟୋଦଶ ୱାର୍ଲ୍ଡ ଚାମ୍ବର ଅଫ୍ କଂଗ୍ରେସରେ ଅଂଶଗ୍ରହଣ କରି ନିଜର ବକ୍ତବ୍ୟ ରଖିଥିଲେ ।

“ଅଭିବୃଦ୍ଧିର ଲକ୍ଷ୍ୟ: କଞ୍ଚାମାଲ ଏବଂ ଆନ୍ତର୍ଜାତୀୟ ବାଣିଜ୍ୟ” ଉପରେ ପର୍ଯ୍ୟବେସିତ ଏକ ଅଧିବେସନରେ ଶ୍ରୀ ପଣ୍ଡା ଆର୍ଥିକ ଅଭିବୃଦ୍ଧି ଓ ସମୃଦ୍ଧି ନିମନ୍ତେ ଆନ୍ତର୍ଜାତୀୟ ବାଣିଜ୍ୟର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, “ପ୍ରାକୃତିକ ସମ୍ପଦ ଥିବା ଦେଶଗୁଡ଼ିକ ବିଶ୍ୱ ମୂଲ୍ୟ ଶୃଙ୍ଖଳ ସହିତ ସମନ୍ୱୟ ରକ୍ଷା କରିବା ନିତ୍ୟାନ୍ତ ଆବଶ୍ୟକ । କିନ୍ତୁ ଏହାସହିତ ମୂଲ୍ୟ ଯୋଗ ଦିଗରେ ପଦକ୍ଷେପ ନେବା ଜରୁରୀ, କାରଣ ବିଭିନ୍ନ ଅଧ୍ୟୟନ ଅନୁସାରେ ମୂଲ୍ୟଯୁକ୍ତ ଉତ୍ପାଦ ସହିତ ବିବିଧ ରପ୍ତାନୀରୁ ଅଧିକ ଲାଭ ମିଳିଥାଏ ।

ଜନସାଧାରଣକୁ ସଂଯୋଗ ଓ ସଶକ୍ତ କରୁଥିବା ଡିଜିଟାଲ ଭିତ୍ତିଭୂମିକୁ ଜନକଲ୍ୟାଣ ନିମନ୍ତେ ବ୍ୟବହାର ପାଇଁ ଭାରତର ଆଭିମୁଖ୍ୟ ସମ୍ପର୍କରେ ଶ୍ରୀ ପଣ୍ଡା ଗୁରୁତ୍ୱ ଦେଇଥିଲେ । ଏହାସହିତ ସେ କହିଥିଲେ ଯେ, “ଏହା କେବଳ ଏକ ଅଭିନବ ଚିନ୍ତାଧାରା ନୁହେଁ, ବରଂ ଭାରତରେ ଏହାକୁ ଯେଉଁ ପରିମାଣରେ କାର୍ଯ୍ୟକାରୀ କରାଯାଉଛି ତାହା ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରୁଛି ।”

Leave A Reply

Your email address will not be published.