Latest Odisha News

BREAKING NEWS

୧୮ ମାସ ବଞ୍ଚିଥିଲା ମୁଣ୍ଡ ନ ଥିବା କୁକୁଡ଼ା

ନୂଆଦିଲ୍ଳୀ: ଯଦି କାହାର ମୁଣ୍ଡ କାଟି ଦିଆଯାଏ, ତେବେ ସେ ବଞ୍ଚିବା ଅସମ୍ଭବ । କିନ୍ତୁ ୭୮ ବର୍ଷ ପୂର୍ବେ ଆମେରିକାରେ ଘଟିଥିବା ଏକ ଘଟଣା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

BjdElectrycity

ଆମେରିକାର ଜଣେ କୃଷକ କୁକୁଡ଼ା ଚାଷ କରୁଥିଲେ । ଦିନେ ଚାଷୀ ୪୦-୪୫ଟି କୁକୁଡ଼ାକୁ ମାରିଲେ । ଯେତେବେଳେ ସେ କୁକୁଡ଼ାକୁ ମାରିବା ପରେ ଗୋଟେ ଗୋଟେ ଉଠାଇବା ଆରମ୍ଭ କଲେ ତ ସେମାନଙ୍କ ମଧ୍ୟରୁ ଗୋଟେ ଦୌଡ଼ୁଥିବା ଦେଖିବାକୁ ପାଇଲେ । ପ୍ରଥମେ ସେ ଏହାକୁ ବିଶ୍ୱାସ କରି ନ ଥିଲେ, ପରେ ତାକୁ ଏକ ଡାଲାରେ ରଖିଥିଲେ । ତା ପରଦିନ ଯେତେବେଳେ ଦେଖିଲେ ତ, କୁକୁଡ଼ାଟି ଜୀବନ୍ତ ଥିଲା । ସେ ପୂର୍ବ ପରି ଚଲାବୁଲା କରି ପାରୁଥିଲା । ଏହି ଘଟଣା ଆଖପାଖ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିଲା । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ ଏହି କୁକୁଡ଼ା ମୁଣ୍ଡ କାଟିବା ପରେ କିପରି ବଞ୍ଚିଗଲା?

୧୯୪୫ ମସିହାରେ ଲୋୟାଲ ଓଲସେନ୍ ଏବଂ ତାଙ୍କ ପତ୍ନୀ କ୍ଲାରା କଲୋରଡୋର ଏପରି ଏକ ପରିସ୍ଥିତିର ସାମ୍ନା କରିଥିଲେ । ତେବେ, ୧୯୪୭ ରେ କୁକୁଡ଼ାଟିର ମୃତ୍ୟୁ ହୋଇଥିଲା । ଏହି ପ୍ରଶ୍ନଟି ଏବେ ମଧ୍ୟ ଲୋକଙ୍କ ମନରେ ଅଛି ଯେ, ଏହି କୁକୁଡ଼ାଟି ଏତେ ଦିନ ପର୍ଯ୍ୟନ୍ତ ଜୀବିତ ରହିଲା କିପରି ? ଏଯାବତ୍ ଏହାର କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.