Latest Odisha News

BREAKING NEWS

କେନ୍ଦ୍ର ସରକାରଙ୍କୁ ଏମିତି ଚରମ ଚେତାବନୀ ଦେଇଛନ୍ତି ଚାଷୀ

ନୂଆଦିଲ୍ଲୀ: ଚାଷୀଙ୍କ ଆନ୍ଦୋଳନ ନେଇ ଆଲୋଚନା ଟେବୁଲରେ କେନ୍ଦ୍ର ସରକାର । ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନକାରୀ ଚାଷୀ ସଂଗଠନର ପ୍ରତିନିଧିଙ୍କ ସହ ଆଲୋଚନା ଚାଲିଛି। ଆସନ୍ତାକାଲି ପୁଣି ଆଲୋଚନା ରହିଛି। ତାପୂର୍ବରୁ ସରକାରଙ୍କ ଚରମବାଣୀ ଶୁଣାଇଛନ୍ତି ଚାଷୀ।

ଚାଷୀଚେତେଇ ଦେଇଛନ୍ତି, କୃଷି ଆଇନ ପ୍ରତ୍ୟାହାର ନହେଲେ ଦିଲ୍ଲୀର ଅନ୍ୟ ରାସ୍ତାକୁ ଅବରୋଧ କରାଯିବ ବୋଲି ଧମକାଇଛନ୍ତି ଚାଷୀ। ଆବଶ୍ୟକ ହେଲେ ଅଧିକ କଠୋର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଇ ସରକାର ନୂଆ କୃଷି ଆଇନକୁ ଉଚ୍ଛେଦ କରନ୍ତୁ ବୋଲି ଦାବି ରଖିଛନ୍ତି ଚାଷୀ। ସେପଟେ ଆସନ୍ତାକାଲିର ଆଲୋଚନାରୁ ନିଷ୍କର୍ଷ ବାହାରିବା ନେଇ ଆଶା ପ୍ରକାଶ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର।

Leave A Reply

Your email address will not be published.